‘ପୁ’ ଚରିତ୍ରରେ ଆଲିଆ

‘ପୁ’ ଚରିତ୍ରରେ ଆଲିଆ


ମେଟ୍ରୋ ଟିଭି ବ୍ୟୁରୋ, ୧୪/୧୨: ଗତ ସପ୍ତାହ ବଲିଉଡ ନିର୍ଦ୍ଦେଶକ – ପ୍ରେଯୋଜକ କରନ ଜୋହର ତାଙ୍କର ଲୋକପ୍ରିୟ ଚଳଚିତ୍ର ‘କଭି ଖୁସି କଭି ଗମ୍‌’ ମୁକ୍ତିଲାଭର ୨୦ ବର୍ଷ ପାଳନ କରିଥିଲେ । ଏହି ଚଳଚିତ୍ରଟି ଲୋକଙ୍କର ଅଜସ୍ର ମନୋରଞ୍ଜନ କରିବା ସହ ଅନେକ ଉଦୀୟମାନ ଅଭିନେତା-ଅଭିନେତ୍ରୀ ଏଥିରୁ ପ୍ରେରଣା ପାଇଛନ୍ତି । ତେଣୁ ଏହି ଅବସରରେ ବଲିଉଡର ଅନେକ ତାରକା ଏହି ଚଳଚିତ୍ରର କିଛି ସ୍ମରଣୀୟ ଦୃଶ୍ୟଗୁଡିକରେ ଅଭିନୟ କରି ଏହାର ଭିଡିଓଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ବଲିଉଡର ବେବୋ ଅର୍ଥାତ୍ କରିନା କପୁର ଖାନ୍ ଏଥିରେ ଚୁଲ୍‌ବୁଲି ‘ପୁ’ କ୍ୟାରେକ୍ଟର ପ୍ଲେ କରିଥିଲେ । ଏହି ଚରିତ୍ରରେ ଅଭିନୟ କରି ସେ ସଭିଙ୍କ ହୃଦୟ ଜିଣିଥିଲେ । ତାଙ୍କର ସେହି ‘ପୁ’ କ୍ୟାରେକ୍ଟରକୁ ଆଲିଆ ଭଟ୍ଟ ପୁଣିଥରେ ରି-କ୍ରିଏଟ୍ କରିଛନ୍ତି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଆଲିୟା କରିନାଙ୍କ ଭୁମିକାରେ ଦେଖାଦେଇଥିବା ବେଳେ ରଣବୀର ସିଂ ଙ୍କୁ ହ୍ରିତିକ୍ ରୋଶନଙ୍କ ଭୁମିକାରେ ଦେଖିବାକୁ ମିଳିଥିଲା ।
ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଲିୟାଙ୍କୁ ‘ପୁ’ ରୂପରେ ଦେଖି ସବୁଠାରୁ ବେଶି ଖୁସି ହୋଇଛନ୍ତି କରୀନା । ସେ ଆଲିୟାଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ, ଆଲିୟା ହେଉଛନ୍ତି ଆମ ସମୟର ଶ୍ରେଷ୍ଠ ଅଭିନେତ୍ରୀ ।

Leave a Reply

%d bloggers like this: