କରୀନା କପୁର ଖାନ୍ ଓ ଅମୃତା ଅରୋରା ହେଲେ କରୋନା ସଂକ୍ରମିତ,
କରନ ଜୋହରଙ୍କ ପାର୍ଟିରେ ହୋଇଥିଲେ ସାମିଲ

କରୀନା କପୁର ଖାନ୍ ଓ ଅମୃତା ଅରୋରା ହେଲେ କରୋନା ସଂକ୍ରମିତ, କରନ ଜୋହରଙ୍କ ପାର୍ଟିରେ ହୋଇଥିଲେ ସାମିଲ


ମେଟ୍ରୋ ଟିଭି ବ୍ୟୁରୋ,୧୪/୧୨: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ଅନ୍ତରଙ୍ଗ ବାନ୍ଧବୀ ଅମୃତା ଆରୋରା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଦୁଇ ଦିନ ପୂର୍ବରୁ କରୀନା କାପୁର ତାଙ୍କ ବାନ୍ଧବୀଙ୍କ ସହ ପାର୍ଟି କରିଥିଲେ । କରୋନା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଜମିଥିଲା ପାର୍ଟି । ଦେଶବ୍ୟାପୀ କରୋନାକୁ ନେଇ ପୁଣିଥରେ ଆତଙ୍କ ଖେଳିଥିବା ବେଳେ ଏମାନେ ଖୋଲାଖୋଲି ଭାବେ କରୋନା ନିୟମ ବେଖାତିର କରି ପାର୍ଟି କରିଥିଲେ ।
କରୀନା କପୁର ଏବଂ ତାଙ୍କ ଭଉଣୀ କରିସ୍ମା କପୁର ୨ ଦିନ ପୂର୍ବରୁ କରନ ଜୋହରଙ୍କ ପାର୍ଟିରେ ସାମିଲ ହୋଇଥିଲେ । କଭି ଖୁସି କଭି ଗମ ଚଳଚିତ୍ରର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା । କରୋନା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଏମାନେ ମୌଜମସ୍ତୀ କରିଥି‌ଲେ । କରୀନା କପୁର ଏବଂ ତାଙ୍କ ବାନ୍ଧବୀ ଅମୃତା ଆରୋରା କୋଭିଡ ପଜିଟିଭ ଜଣାପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବାକୁ ନିର୍ଦେଶ ଦେଇଛି ବିଏମ୍‌ସି ।
କରନ ଜୋହରଙ୍କ ଏହି ପାର୍ଟିରେ ମଲାଇକା ଅରୋରାଙ୍କ ସମେତ ଆହୁରି ଅନେକ ସେଲିବ୍ରିଟି ସାମିଲ ଥିଲେ । ଅନିଲ କପୁରଙ୍କ ଝିଅ ରିୟା କପୁରଙ୍କ ଘରେ ହୋଇଥିଲା ପାର୍ଟି ସେଲିବ୍ରେସନ୍ । କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ମୌଜମସ୍ତୀ କରିଥିଲେ ସମସ୍ତେ । ଏବେ କରୋନା ସଂକ୍ରମିତ ହେବାପରେ ବିଏମ୍‌ସିର ଚିନ୍ତା ବଢିଛି ।

Leave a Reply

%d bloggers like this: