ମାଆଙ୍କ ସହ ଡ୍ୟାନ୍ସ କଲେ ପଲକ୍‌,
ୟୁଜର୍ସ କଲେ ଟ୍ରୋଲ୍‌

ମାଆଙ୍କ ସହ ଡ୍ୟାନ୍ସ କଲେ ପଲକ୍‌, ୟୁଜର୍ସ କଲେ ଟ୍ରୋଲ୍‌


ମେଟ୍ରୋ ଟିଭି ବ୍ୟୁରୋ, ୧୩/୧୨: ଟିଭି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ତାଙ୍କ ଝିଅ ପଲକ ତିୱାରୀଙ୍କୁ ତାଙ୍କ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଥାନ୍ତି । କେବଳ ସେତିକି ହିଁ ନୁହେଁ ଦୁହିଁଙ୍କୁ ଦେଖିଲେ ଲାଗେ ନାହିଁ କି ଦୁହେଁ ମାଆ ଓ ଝିଅ ବୋଲି । ହେଲେ ବର୍ତ୍ତମାନ ଆଉ ଏକ ଖବର ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ପଲକ ତିୱାରୀଙ୍କ ମ୍ୟୁଜିକ୍ ଭିଡିଓ ‘ବିଜଲି’ ରିଲିଜ୍ ହୋଇଥିଲା । ଯାହାକି ବହୁ ହିଟ୍ ହୋଇଛି । ଏହାର ସଫଳତା ଦେଖି ପଲକଙ୍କର କୌଣସି ଖୁସିର ସୀମା ନାହିଁ । ନିକଟରେ ଏହି ଗୀତର ସଫଳତାରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ପଲକ ତିୱାରୀ ତାଙ୍କ ମାତା ଶ୍ୱେତାଙ୍କ ସହ ନାଚୁଥିବାର ନଜର ଆସିଥିଲେ ।
ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ପଲକ ଏବଂ ଶ୍ୱେତାଙ୍କ ଡ୍ୟାନ୍ସକୁ ପ୍ରଶଂସା କରୁଥିବାବେଳେ ଅନେକ ଲୋକ ପଲକଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । ଅନ୍ୟପଟେ ପାପରାଜି ଭାଇରାଲ ଭୟାନି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଶ୍ୱେତା ଏବଂ ପଲକ ‘ବିଜଲି ବିଜଲି’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଡ୍ୟାନ୍ସରେ ୟୁଜର୍ସ ଖୁବ୍ ଆଶ୍ଚର‌୍ୟ୍ୟ ହୋଇଥିଲେ । କିନ୍ତୁ ପଲକ ତିୱାରୀଙ୍କୁ ସେହି ପୋଷାକ ପାଇଁ ଖୁବ୍ ଟ୍ରୋଲ କରାଯାଇଥିଲା ।

Leave a Reply

%d bloggers like this: