ବିବାହ କଲେ ବିଲ୍ ଗେଟ୍‌ସଙ୍କ ଝିଅ

ବିବାହ କଲେ ବିଲ୍ ଗେଟ୍‌ସଙ୍କ ଝିଅ


ମେଟ୍ରୋ ଟିଭି ବ୍ୟୁରୋ, ୧୩/୧୨: ବିଲ୍ ଗେଟ୍‌ସଙ୍କ ଝିଅ ଜେନିଫର୍ ଗେଟ୍‌ସ ବିବାହ କରିଛନ୍ତି । ଶନିବାର ସେ ତାଙ୍କର ପୁରୁଷ ବନ୍ଧୁ ନାଏଲ ନାସାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନ୍ୟୁୟର୍କର ୱେଷ୍ଟଚେଷ୍ଟରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । ନାଏଲ ନାସାର ଜଣେ ଇଜିପ୍ଟିଆନ୍ ଓ ସେ ନିକଟରେ ଅଲିମ୍ପିକ୍ସରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ । ବିଲ୍ ଗେଟ୍‌ସ ଓ ମେଲିଣ୍ଡା ଗେଟ୍‌ସଙ୍କ ଝିଅ ଜେନିଫର୍ ଜଣେ ମେଡିକାଲ ଛାତ୍ରୀ ଅଟନ୍ତି । ନାଏଲଙ୍କ ସହ ତାଙ୍କ ସମ୍ପର୍କ ବହୁ ପୁରୁଣା । ଦୁହିଁଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେମାନେ ୨୦୧୭ରୁ ପରସ୍ପରକୁ ଭେଟିବା ପରେ ଡେଟ୍‌ରେ ଯାଉଥିଲେ ।
ତେବେ ଜେନିଫର୍‌ଙ୍କ ପାଇଁ ଏହି ବିବାହ ଏକ ସ୍ବପ୍ନ ଥିଲା । ବିବାହ ଦିନ ସେ ଧଳା ରଙ୍ଗର ଏକ ଗାଉନ୍ ପିନ୍ଧି ପରୀ ଭଳି ଦିଶୁଥିଲେ । ଏହି ବିବାହରେ ୬ଥାକର କେକ୍ ସହ ସୁନ୍ଦର ଆୟୋଜନ ପାଇଁ ଦାମୀ ଜିନିଷ ମାନ ବ୍ୟବହାର କରାଯାଇଛି । ତାଙ୍କ ବିବାହରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ ନାଏଲଙ୍କ ପତ୍ନୀ ହୋଇ ନିଜକୁ ବହୁତ ସୌଭାଗ୍ୟବତୀ ମନେ କରିବା ସହ ତାଙ୍କ ସ୍ବପ୍ନ ପୂରଣ ହେବା ନେଇ ସେ ସୋସିଆଲ ମିଡିଆରେ କିଛି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି ।

Leave a Reply

%d bloggers like this: