ବାରଣାସୀରେ ମୋଦି
ଲୋକାର୍ପିତ କଲେ କାଶୀ ବିଶ୍ୱନାଥ କରିଡୋର

ବାରଣାସୀ ଚଳଚଞ୍ଚଳ, ପ୍ରଧାନମନ୍ତ୍ରୀ କରିବେ କାଶୀ ବିଶ୍ୱନାଥ କରିଡୋର ଲୋକାର୍ପିତ


ମେଟ୍ରୋ ଟିଭି ବ୍ୟୁରୋ, ୧୩/୧୨: ୨୪୪ ବର୍ଷର ପ୍ରତୀକ୍ଷାର ଅନ୍ତ । କାଶୀ ବିଶ୍ବନାଥ କରିଡୋରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ୨ ବର୍ଷ ୯ ମାସ ୯ ଦିନରେ ଏହାର ନିର୍ମାଣ କାମ ସମ୍ପନ୍ନ ହୋଇଛି । ଏଥିପାଇଁ କାଶୀରେ ଏବେ ଉତ୍ସବର ମାହୋଲ । କାଶୀ ବିଶ୍ବନାଥ ମନ୍ଦିରକୁ ଏବେ ପୁରା ଲାଇଟରେ ସଜାଇ ଦିଆଯାଇଛି । ମନ୍ଦିର ଆଖ ପାଖ ଅଞ୍ଚଳକୁ ଗୋଟିଏ ରଙ୍ଗରେ ସଜେଇ ଦିଆଯାଇଛି । ସଡକଠୁ ଆରମ୍ଭ କରି ଛକ ବଜାର ଘାଟ ସବୁ କିଛି ଚକ ଚକ୍ ହୋଇଛି ।
ଅଯୋଧ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସରେ ଏବେ କାଶ୍ମୀ ବିଶ୍ବନାଥ ଧାମ ବାରଣାସୀ । ଶ୍ରଦ୍ଧାଳୁଙ୍କ ଲାଗି ପବିତ୍ର ସ୍ଥାନ କାଶୀକୁ ନୂଆ ରୂପ ଆଉ ନୂଆ ରଙ୍ଗ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କର ବଡ ପ୍ରଚେଷ୍ଟା । ବହୁ ଦିନର ପ୍ରତୀକ୍ଷା ପରେ ଆଜି କାଶୀ ବିଶ୍ବନାଥ କରିଡୋରକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରାୟ ସାଢେ ୫ ଲକ୍ଷ ବର୍ଗ ଫୁଟରେ ନିର୍ମିତ କାଶୀ ବିଶ୍ବନାଥ ଧାମ ହିଁ କାଶୀ ବିଶ୍ବନାଥ କରିଡୋରର ପ୍ରମୁଖ ଅଂଶ । ଏଥିରେ ରହିଛି ଛୋଟ ବଡ ୨୩ଟି କୋଠା ଆଉ ୨୭ ମନ୍ଦିର । ମନ୍ଦିରର ଭବ୍ୟତା କେତେ ଏଥିରୁ ଅନୁମାନ କରି ହେବ । କାଶୀ ବିଶ୍ବନାଥ ମନ୍ଦିରକୁ ଏବେ ପୁରା ଲାଇଟରେ ସଜାଇ ଦିଆଯାଇଛି । ମନ୍ଦିର ଆଖ ପାଖ ଅଂଚଳକୁ ଗୋଟିଏ ରଂଗରେ ସଜେଇ ଦିଆଯାଇଛି । ସଡକଠୁ ଆରମ୍ଭ କରି ଛକ ବଜାର ଘାଟ ସବୁ କିଛି ଚକ୍ ଚାକ ହୋଇଛି । କାଶୀ ବିଶ୍ବନାଥ କରିଡୋରର ଉଦଘାଟନ ଲାଗି ଯୋଗୀ ସରକାର ପ୍ରସ୍ତୁତି ଜୋରଦାର କରିଛି । ପୁରା ସହର ଜାକଜକ୍ୟ ହୋଇ ଉଠିଛି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ଲାଗି ଯୋଗୀ ସରକାର ଭବ୍ୟ ବନ୍ଦୋବସ୍ତ କରିଛନ୍ତି । ଏହି ଅବସରରେ ଗଙ୍ଗା ଘାଟରେ ୧୧ ଲକ୍ଷ ଦୀପ ଦାନ କାର୍ଯ୍ୟକ୍ରମ କରିଛନ୍ତି ଉତ୍ତରପ୍ରଦେଶ ସରକାର । ସରକାରୀ ଭବନରେ ଦୀପ ମଧ୍ୟ ଜଳିବ । ସେପଟେ ବାରଣାସୀର ପ୍ରତି ଘରେ ମିଠେଇ ବଣ୍ଟନ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ପ୍ରାୟ ୮ ଲକ୍ଷ ମିଠାଇ ବଣ୍ଟନ କରିବା ପାଇଁ ଯୋଜନା ହୋଇଛି ।

Leave a Reply

%d bloggers like this: