ନୋରାଙ୍କୁ ଡେଟ୍ କରୁଛନ୍ତି କି ଗୁରୁ ରନ୍ଧୱା ?
ଗୋଆ ବିଚରେ ଦୁହେଁ ଏକାଠି ନଜର ଆସିଲେ

ନୋରାଙ୍କୁ ଡେଟ୍ କରୁଛନ୍ତି କି ଗୁରୁ ରନ୍ଧୱା ? ଗୋଆ ବିଚରେ ଦୁହେଁ ଏକାଠି ନଜର ଆସିଲେ


ମେଟ୍ରୋ ଟିଭି ବ୍ୟୁରୋ, ୧୩/୧୨: ବଲିଉଡର ହଟ୍ ଏବଂ ସୁନ୍ଦରୀ ନୋରା ଫତେହି ତାଙ୍କ ଡ୍ୟାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ଆଉ ଏକ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି । ବଲିଉଡ୍ ତଥା ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ନୋରା ଫତେହି ଗୋଆର ଏକ ସମୁଦ୍ର କୂଳରେ ଏକାଠି ବୁଲୁଥିବାର ନଜର ଆସିଥିଲେ । ଦୁହଁଙ୍କର ଏହି ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ଦୁହେଁ ବହୁତ ଖୁସି ଥିବାର ଜଣା ପଡୁଛି । ବର୍ତ୍ତମାନ ଦୁହିଁଙ୍କ ଫଟୋ ଦେଖି ସମସ୍ତଙ୍କର ଏବେ ଗୋଟିଏ ପ୍ରଶ୍ନ , ଯେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁନାହାନ୍ତି ତ ? ସେମାନଙ୍କ ଫଟୋକୁ ଫଟୋଗ୍ରାଫର୍ ଭାଇରାଲ ଭୟାନୀ ନିଜର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର୍ କରିଛନ୍ତି । ଅନ୍ୟାନ୍ୟ ଫ୍ୟାନ୍ ପେଜରେ ଏମାନଙ୍କ ଫଟୋ ଖୁବ୍ ସେୟାର୍ କରାଯାଇଛି । ୟୁଜର୍ସ ମାନେ ଏହି ଫଟୋ ଦେଖି କମେଣ୍ଟରେ ସେମାନଙ୍କ ରିଲେସନ୍ କୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଦୁହେଁ ରିଲେସନ୍ସିପ୍ ରେ ନାହାନ୍ତି ତ ? ଆଉ ଜଣେ କହିଛନ୍ତି, କି କଣ ଏହି ଦୁଇଜଣ ସିଙ୍ଗଲରୁ ମିଙ୍ଗଲ ହୋଇଯାଇଛନ୍ତି ? ଅନ୍ୟ ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ, ସେମାନଙ୍କୁ ଏକାସାଙ୍ଗରେ ମଜା କରିବାକୁ ଦିଅ, ତୁମେ ସେଠି କବାବ୍ ମେ ହଡ୍ଡି ହୁଅନି । ଅନ୍ୟଜଣେ ଲେଖିଛନ୍ତି ଯେ, ବି-ଟାଉନକୁ ନୁଆ କପଲ୍ ଆସିଛନ୍ତି । ଏଭଳି ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି ।

Leave a Reply

%d bloggers like this: