ଅଙ୍କିତାଙ୍କ ମେହେନ୍ଦି ଉତ୍ସବ, ଇନଷ୍ଟାଗ୍ରାମରେ ସେୟାର କଲେ ଫୋଟୋ

ଅଙ୍କିତାଙ୍କ ମେହେନ୍ଦି ଉତ୍ସବ, ଇନଷ୍ଟାଗ୍ରାମରେ ସେୟାର କଲେ ଫୋଟୋ


ମେଟ୍ରୋ ଟିଭି ବ୍ୟୁରୋ, ୧୩/୧୨: ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ୧୪ ଡିସେମ୍ବର ଅର୍ଥାତ୍ ଆସନ୍ତା କାଲି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିକଟରେ ତାଙ୍କର ମେହେନ୍ଦୀ ଠାରୁ ଆରମ୍ଭ କରି ସଙ୍ଗୀତ ଯାଏଁ କାର୍ଯ୍ୟକ୍ରମ ସରିଲାଣି । ବର୍ତ୍ତମାନ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମେହେନ୍ଦୀ ଉତ୍ସବର ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ୍ ଉତ୍ସାହିତ ହୋଇଛନ୍ତି ।
ତେବେ ଅଙ୍କିତା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଦୁହେଁ ଖୁବ୍ ଖୁସି ଥିବାର ଜଣା ପଡୁଛନ୍ତି । ଭିକି ଅଙ୍କିତାଙ୍କୁ ତାଙ୍କ ହାତରେ ଉଠାଇ ଟେକି ଧରିଥିବାର ନଜର ଆସିଛନ୍ତି । ଏହି ସମୟରେ ଅଙ୍କିତା ହସୁଥିବାର ଦେଖିବାକୁ ମିଳୁଛି । ଆଉ କ୍ୟାପସନରେ ଲେଖିଛନ୍ତି ଯେ, ଯେଉଁ ଭଲ ପାଇବା ଆମେ ସେୟାର କରୁଛୁ ତାହା ମୋ ମେହେନ୍ଦୀକୁ ସୁନ୍ଦର କରି ଦେଇଛି । ମେହେନ୍ଦୀ ଉତ୍ସବରେ ଅଙ୍କିତା ଏକ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ଭିକି ଗୋଲାପୀ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ ।
ଲୋକପ୍ରିୟ ଟେଲି ଧାରାବାହିକ ପବିତ୍ର ରିସ୍ତାରେ ଅଭିନୟ କରିବା ପରେ ଅଙ୍କିତା ଘରେ ଘରେ ପରିଚିତ ହୋଇଯାଇଥିଲେ । ଏହି ସିରିଏଲ୍‌ରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରି ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଏବେ ଅଙ୍କିତା ପବିତ୍ର ରିସ୍ତା ୨.୦ରେ ଅଭିନୟ କରୁଛନ୍ତି ।

Leave a Reply

%d bloggers like this: