ପର୍ପଲ ଆଇଲାଣ୍ଡ

Purple Island

Purple Island


ମେଟ୍ରୋ ଟିଭି ବ୍ୟୁରୋ, ୧୨/୧୨: ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ସୌନ୍ଦର‌୍ୟ୍ୟ ବେଶ୍ ମନଲୋଭା। କିଛି ସ୍ଥାନ ପ୍ରାକୃତିକ ଭାବେ ସୁନ୍ଦର ଓ ଆକର୍ଷକ ହୋଇଥିବାବେଳେ ଆଉ କିଛି ସ୍ଥାନ ବେଶ୍ ମନଲୋଭା କରି ଗଢ଼ାଯାଏ। ସେମିତି ଏକ ସ୍ଥାନ ହେଉଛି ଦକ୍ଷିଣ କୋରିଆର ସାଉଥ୍ ଜିଓଲା ପ୍ରାନ୍ତର ସିନାନ୍ କାଉଣ୍ଟିରେ ଥିବା ‘ବନୱଲ୍ ଆଇଲାଣ୍ଡ୍’। ଏହା ପର୍ପଲ ଆଇଲାଣ୍ଡ୍ ବା ହାଫ୍ ମୁନ୍ ଆଇଲାଣ୍ଡ୍ ଭାବେ ବେଶ୍ ପରିଚିତ। ଏହି ଦ୍ବୀପର ଯେଉଁଆଡ଼କୁ ଆଖି ବୁଲାଇବେ ପର୍ପଲ ବା ବାଇଗଣୀ ରଙ୍ଗ ହିଁ ଦେଖିବାକୁ ମିଳିବ। ରଙ୍ଗକୁ ଭଲ ପାଉଥିବା ଲୋକଙ୍କୁ ଏହା ସ୍ବର୍ଗ ଭଳି ଅନୁଭୂତ ହେବ। ଏଠାକାର ସବୁ ଘରର ରଙ୍ଗ ପର୍ପଲ ବା ବାଇଗଣୀ, ରାସ୍ତାଘାଟ ଓ ପୋଲର ରଙ୍ଗ ବି ବାଇଗଣୀ। ୪୦,୦୦୦ରୁ ଅଧିକ ବାଇଗଣୀ ରଙ୍ଗର ଲାଭେଣ୍ଡର ଗଛ ବି ଲଗାଯାଇଛି। ଏଠାକାର ହୋଟେଲ୍ ରୁମ୍ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ୍, ଟୟଲେଟ୍ ସବୁକିଛି ବାଇଗଣୀ ରଙ୍ଗର। ସ୍ଥାନୀୟ କାର୍ଗୁଡ଼ିକ ବି ବାଇଗଣୀ ରଙ୍ଗର।

Leave a Reply

%d bloggers like this: