ବିବାହ କଲେ ଭିକ୍କି-କ୍ୟାଟ୍ରିନା, ସାମ୍ନାକୁ ଆସିଲା ବିବାହର ପ୍ରଥମ ଝଲକ

ବିବାହ କଲେ ଭିକ୍କି-କ୍ୟାଟ୍ରିନା, ସାମ୍ନାକୁ ଆସିଲା ବିବାହର ପ୍ରଥମ ଝଲକ


ମେଟ୍ରୋ ଟିଭି ବ୍ୟୁରୋ,୧୦/୧୨: ବିବାହ ବନ୍ଧନରେ ଆବଦ୍ଧ ହେଲେ ବିକ୍କି ଏବଂ କ୍ୟାଟ୍ରିନା । ଅନ୍ତ ହେଲା ଫ୍ୟାନ୍ସ ମାନଙ୍କର ଅପେକ୍ଷା । ବହୁ ପ୍ରତିକ୍ଷା ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବିକ୍କି ଏବଂ କ୍ୟାଟ୍ରିନା । ବଲିଉଡ୍‌ର ବହୁ ଚର୍ଚ୍ଚିତ କ୍ୟାଟ୍ରିନା ଏବଂ ବିକ୍କିଙ୍କ ବିବାହର ପ୍ରଥମ ଫଟୋ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ଦୁହିଁଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଦୁହେଁ ଫଟୋରେ ବେଶ୍ ଖୁସି ଥିବା ମଧ୍ୟ ନଜର ଆସିଛନ୍ତି । ବିକ୍କି କୌଶଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ପ୍ରଶଂସକମାନେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।
ଏଥିରେ କ୍ୟାଟ୍ରିନା ନାଲି ରଙ୍ଗର ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି । କେଶରେ ଗଜରା, ହାତରେ ଚୁଡି ଆଉ ନାକରେ ନୋଥ ଲଗାଇ କ୍ୟାଟ୍ରିନା ବେଶ୍ ସୁନ୍ଦର ଦେଖାଯାଉଛନ୍ତି । କନ୍ୟା ଏବଂ ବର ହୋଇଥିବା କ୍ୟାଟ୍ରିନା-ଭିକିଙ୍କୁ ଆତସବାଜିରେ ସ୍ୱାଗତ କରାଯାଇଥିଲା । ବିକି ଏକ ଧଳା ଶେରୱାନିରେ ସୁନ୍ଦର ଦେଖାଯାଉଥିଲେ । କ୍ୟାଟ୍ରିନା ଏବଂ ଭିକିଙ୍କ ଯୋଡି ମେଡ୍ ଇନ୍ ହେବେନ୍ ପରି ଦେଖାଯାଉଛି । ଏହି ଯୋଡିଙ୍କ ପ୍ରଥମ ଲିମ୍ ଲୁକ୍ ପାଇ ପ୍ରଶଂସକମାନେ ବହୁତ ଖୁସି ଥିବା ଦେଖାଯାଉଛି ।

Leave a Reply

%d bloggers like this: