କେରଳର ବିଚିତ୍ର ନାଗନାଥ ସ୍ୱାମୀ ମନ୍ଦିର

କେରଳର ବିଚିତ୍ର ନାଗନାଥ ସ୍ୱାମୀ ମନ୍ଦିର


ମେଟ୍ରୋ ଟିଭି ବ୍ୟୁରୋ, ୧୦/୧୨: କେରଳରେ ଏହି ଶିବ ମନ୍ଦିର ସ୍ୱତନ୍ତ୍ର ଭାବେ ରାହୁ କେତୁ ମନ୍ଦିର ନାମରେ ଜଣାଶୁଣା। ଲୋକେ ଏହାକୁ କେତୁ ମନ୍ଦିର ବୋଲି କହନ୍ତି। କାରଣ ଏଠାରେ କେତୁଙ୍କ ସମ୍ବନ୍ଧୀୟ ପୀଡାକୁ ସମାଧାନ କରିବା ପାଇଁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି। କେତୁଙ୍କୁ ସାପର ଦେବତା ବୋଲି କୁହାଯାଏ। କେତୁଙ୍କ ମୁଣ୍ଡ ମଣିଷ ଏବଂ ଗଣ୍ଡି ସାପ ଭଳି ହୋଇଥାଏ ବୋଲି ଏହାକୁ ନାଗନାଥ ସ୍ୱାମୀ ମନ୍ଦିର କୁହାଯାଏ।
ସ୍ଥାନୀୟ ମାନ୍ୟତା ଅନୁଯାୟୀ, ଜଣେ ଋଷି ଅଭିଶାପରୁ ମୁକ୍ତି ପାଇବା ପାଇଁ କେତୁ ଏହି ସ୍ଥାନରେ ଶିବଙ୍କ ଆରାଧନା କରୁଥିଲେ। କେତୁଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ଜାଗର ରାତିରେ କେତୁଙ୍କୁ ଦର୍ଶନ ଦେଇ ଅଭିଶାପରୁ ମୁକ୍ତ କରିଥିଲେ। ତେଣୁ ଏହି ସ୍ଥାନକୁ କେତୁ ତପ ସ୍ଥଳ ବୋଲି କୁହାଯାଏ।
ସମୁଦ୍ର ମନ୍ଥନ ସମୟରେ ରାହୁ ନାମକ ଅସୁର ଦେବତାଙ୍କ ବେଶ ଧାରଣ କରି ଅମୃତ ଚାଖିବା ପାଇଁ ଦେବତାଙ୍କ ଭିତରେ ବସିପଡିଥିଲେ। ଏହା ଭିତରେ ବସି ଅମୃତ ପାନ କରିଥିଲେ କେତୁ। ତେବେ ଏହି କଥା ବିଷ୍ଣୁ ଜାଣିବା ପରେ ସୁଦର୍ଶନ ଚକ୍ରରେ ରାହୁଙ୍କ ବେକ କାଟିଦେଇଥିଲେ। ଏହାପରେ ସେ ଅସୁର ରାହୁ ଓ କେତୁ ହୋଇଯାଇଥିଲେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୯ ଗ୍ରହ ମଧ୍ୟରେ ରାହୁ ଏବଂ କେତୁଙ୍କ ସ୍ଥାନ ମଧ୍ୟ ରହିଛି। ଏହି ଦୁଇଟି ଯାକ ଛାୟାଗ୍ରହ।
ଏଠାରେ ଥିବା ରାହୁ ଓ କେତୁଙ୍କ ପ୍ରତିମା ଉପରେ ଲୋକେ କ୍ଷୀର ଅର୍ପଣ କରନ୍ତୁ। କୁହାଯାଏ କି, ଯେଉଁ କ୍ଷୀର ତାଙ୍କ ପ୍ରତିମା ଉପରେ ଅର୍ପଣ କରନ୍ତି, ସେହି କ୍ଷୀର ମଧ୍ୟନୀଳ ହୋଇଯାଏ। ଏଠାରେ ରାହୁଙ୍କ ଉପରେ କ୍ଷୀର ଅର୍ପଣ କରିବା ଦ୍ୱାରା କେତୁ ଦୋଷ ଥିବା ଲୋକଙ୍କ କ୍ଷୀରର ରଙ୍ଗ ମଧ୍ୟ ବଦଳିଯାଏ। କିନ୍ତୁ ଏହା କିପରି ହୁଏ, ତେବେ ତାହାର ରହସ୍ୟ ଏପର୍ଯ୍ୟନ୍ତ ମଧ୍ୟ ଜଣାପଡିନାହିଁ ।

Leave a Reply

%d bloggers like this: