୩୦ ଲକ୍ଷ ଟଙ୍କାର କ୍ରୀସ୍‌ମାସ ସ୍ୱେଟର

୩୦ ଲକ୍ଷ ଟଙ୍କାର କ୍ରୀସ୍‌ମାସ ସ୍ୱେଟର


ମେଟ୍ରୋ ଟିଭି ବ୍ୟୁରୋ, ୯/୧୨: ବଜାରରେ ପୋଷାକ ବହୁ ମୂଲ୍ୟର ମିଳେ କିନ୍ତୁ ଜଣେ କାରିଗର ବିଶ୍ୱର ସବୁଠାରୁ ମହଙ୍ଗା କ୍ରୀସ୍‌ମାସ ସ୍ୱେଟର ପ୍ରସ୍ତୁତ କରିଛନ୍ତି । ଯାହାର ମୂଲ୍ୟ ୩୦ ହଜାର ପାଉଣ୍ଡ ବା ୩୦ ଲକ୍ଷ ଟଙ୍କା । ଏହାର ନାଁ କ୍ରୀସ୍‌ମାସ ଜମ୍ପର୍ । ୩୩ ବର୍ଷୀୟ ଏଦାନ ଲିବନ ଏହି ସ୍ୱେଟରକୁ ପ୍ରସ୍ତୁତ କରିଛନ୍ତି । ସ୍ୱେଟର ପ୍ରସ୍ତୁତିରେ ସେ ତାଙ୍କର ସମସ୍ତ ଧନରାଶି ୭ହଜାର ପାଉଣ୍ଡ ବା ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସ୍ୱେଟରରେ ରୂପାରେ ପ୍ରସ୍ତୁତ ତାରା ଓ ହୀରା ଲାଗିଛି । ୨୪ କ୍ୟାରେଟ୍ ସୁନା ସୁତାରେ ସେ ଏହାକୁ ବୁଣିଛନ୍ତି ।
ଇଟାଲିଆନ୍ ସିଲ୍‌କ ଲାଇନିଙ୍ଗ ଓ ହଜାର ହଜାର ସଂଖ୍ୟାରେ ସ୍ୱାରୋଭ୍‌ସ୍କି କ୍ରିଷ୍ଟାଲ ଲଗାଇଛନ୍ତି । ଏହି ପ୍ରୋଜେକ୍ଟରେ ସେ ୩ହଜାର ଘଣ୍ଟା ବିତାଇଛନ୍ତି । ଏହାର ବିକ୍ରି ଅର୍ଥରୁ ସେ କିଛି ନ୍ୟାସନାଲ ହେଲ୍‌ଥ ସର୍ଭିସ୍‌କୁ ଦାନ କରିବେ । ବିଶ୍ୱର ମହଙ୍ଗା ସ୍ୱେଟର ପ୍ରସ୍ତୁତ କରି ଲିବନ ବିଶ୍ୱ ରେର୍କଡରେ ସ୍ଥାନ ପାଇଛନ୍ତି । ୨୦୧୬ରେ ଟିପସି୍ ଏଲ୍‌ଭେସ୍ ୨୪ହଜାର ପାଉଣ୍ଡର କ୍ରୀସ୍‌ମାସ୍ ଜମ୍ପର ପ୍ରସ୍ତୁତ କରି ବିଶ୍ୱ ରେର୍କଡ କରିଥିଲେ । ସ୍ୱେଟରରେ ୨୪,୨୭୪ କ୍ରିଷ୍ଟାଲ ଲଗାଯାଇଥିଲା ।


Leave a Reply

%d bloggers like this: