ପୂରୁଣା ଅମ୍ବୁଲାନସରୁ ତିଆରି ହେଲା ସୁନ୍ଦର କ୍ୟାମ୍ପରଭ୍ୟାନ

ପୂରୁଣା ଅମ୍ବୁଲାନସରୁ ତିଆରି ହେଲା ସୁନ୍ଦର କ୍ୟାମ୍ପରଭ୍ୟାନ

ମେଟ୍ରୋ ଟିଭି ବ୍ୟୁରୋ,୦୯/୧୨ ; ପ୍ରତ୍ୟେକ ମଣିଷ ଭିତରେ କିଛିନା କିଛି ପ୍ରତିଭା ଲୁଚି ରହିଥାଏ । କିନ୍ତୁ ସେହି ପ୍ରତିଭାକୁ ପ୍ରଦର୍ଶନ କରିବାର ‌‌ସୁଯୋଗ ନପାଇ ପାରିବାରୁ ଅନେକଙ୍କ ମଧ୍ୟରେ ପ୍ରତିଭା ମରି ଯାଇଥାଏ । କିନ୍ତୁ ଯେଉଁ ମଣିଷ ତାର ପ୍ରତିଭାକୁ ଅନ୍ୟପାଖରେ ଉପସ୍ଥାପନ କରିପାରିଲା ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏପରି ଜଣେ ମହିଳା ଅଛନ୍ତି ଯିଏ ତାଙ୍କ ପ୍ରତିଭ ପାଇଁ ଆଜି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେ ହେଉଛନ୍ତି ବ୍ରିଟେନର ବ୍ରିଷ୍ଟଲ ନିବାସୀ ସାମଥା ବୋଣ୍ଡ । ୩୯ ବର୍ଷିୟ ସାମନ୍ତ ତାଙ୍କ ଗ୍ରାହକଙ୍କ ପାଇଁ ପୁରୁଣା ଆମ୍ବୁଲାନ୍ସକୁ ନବୀକରଣ କରି ସୁନ୍ଦର ହଲିଡେ ହୋମ୍ ତିଆରି କରିଛନ୍ତି।ସାମଥାଙ୍କ ବ୍ୟବସାୟ ଆଜି ସମଗ୍ର ୟୁରୋପରେ ରହିଛି । ତଥ୍ୟାନୁଯାୟୀ ସେ ପ୍ରଥମେ ୨୦୧୨ ମସିହାରେ ଲଣ୍ଡନରୁ ଏକ ଅମ୍ବୁଲାନସ କିଣିଥିଲେ ।

ଏହାପରେ ସମାଥା ବର୍ତ୍ତମାନ ପୁରୁଣା ଆମ୍ବୁଲାନ୍ସକୁ କ୍ୟାମ୍ପରଭ୍ୟାନରେ ପରିଣତ କରିବାକୁ ନିଜର ପେସା କରି ଦେଇଛନ୍ତି। ସମାଥା ପୁରୁଣା ଏବଂ ଅଦରକାରୀ ଆମ୍ବୁଲାନ୍ସକୁ ୬ ମାସର କଠିନ ପରିଶ୍ରମ ଦ୍ୱାରା ସୁନ୍ଦର କ୍ୟାମ୍ପରଭ୍ୟାନ‌ରେ ପରିଣତ କରିଥାଆନ୍ତି। ଏହି ଭ୍ୟାନ ବିକ୍ରି କରି ୧୫ରୁ ୨୦ଲକ୍ଷ ଟଙ୍କା ସମାଥା ସହଜରେ ରୋଜଗାର କରିଥାନ୍ତି ।। ଯେତେବେଳେ ସେ ଏହି କାମ ଆରମ୍ଭ କରିଥିଲେ, ତାଙ୍କର ପ୍ରାୟ ୩୦ ଲକ୍ଷ ଟଙ୍କାର ଋଣ ହୋଇଥିଲା । ପରେ ‌ସେ ଏହି ଋଣକୁ ଆମ୍ବୁଲାନ୍ସ କ୍ୟାମ୍ପରଭ୍ୟାନ ବିକ୍ରି କରି ସୁଜି ଦେଇଥିଲେ। ଏପର୍ଯ୍ୟନ୍ତ ସେ ୮ ଟି ଆମ୍ବୁଲାନ୍ସ କିଣିଛନ୍ତି ଏବଂ ସେଥିମଧ୍ୟରୁ ୫ ଟିରେ କାମ ଚାଲିଥିବାବେଳେ ୩ ଟି ଆମ୍ବୁଲାନ୍ସ କ୍ୟାମ୍ପରଭ୍ୟାନ ଭାବରେ ସମ୍ପୂର୍ଣ୍ଣ ହୋଇସାରିଛି। ସେତେବେଳେ ତାଙ୍କର ଧାରଣା ନଥିଲା କି ଏହା ତାଙ୍କର ବ୍ୟବସାୟ ହୋଇପାରିବ। କାମ ଉପରେ ତାଙ୍କର ବିଶ୍ବାସ ଥିଲା। କିନ୍ତୁ ସେ ଏହି ବ୍ୟବସାୟ କରି ଏତେ ସଫଳତା ପାଇବେ ବୋଲି କେବେ ଭାବି ନଥିଲେ ।

Leave a Reply

%d bloggers like this: