ରାଜକୀୟ ଅନ୍ଦାଜରେ ହେବ କ୍ୟାଟ୍ରିନାଙ୍କ ହଳଦୀ, ଡିନର୍ ପରେ ହେବ ପୁଲ୍ ପାର୍ଟି

Vicky Kaushal and Katrina Kaif's haldi ceremony

ରାଜକୀୟ ଅନ୍ଦାଜରେ ହେବ କ୍ୟାଟ୍ରିନାଙ୍କ ହଳଦୀ, ଡିନର୍ ପରେ ହେବ ପୁଲ୍ ପାର୍ଟି


ମେଟ୍ରୋ ଟିଭି ବ୍ୟୁରୋ, ୦୮/୧୨: ବଲିଉଡ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ୯ ଡିସେମ୍ବରରେ ରାଜସ୍ଥାନର ସାୱାଇ ମାଧୋପୁରର ସିକ୍ସ ସେନ୍ସ ଦୁର୍ଗରେ ହେବାକୁ ଯାଉଥିବା ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସେମାନଙ୍କର ବିବାହର ସମସ୍ତ କାର୍ଯ୍ୟକ୍ରମ ୭ ଡିସେମ୍ବରରୁ ଆରମ୍ଭ ହୋଇଛି । ଗତକାଲି ରାତିରେ ଏହି ଦମ୍ପତି ସେମାନଙ୍କ ସଂଗୀତ ମେହେନ୍ଦୀ କାର୍ଯ୍ୟକ୍ରମକୁ ପୁରା ଉପଭୋଗ କରିଛନ୍ତି ଏବଂ ଆଜି ଦମ୍ପତିଙ୍କ ବିବାହ କାର୍ଯ୍ୟକ୍ରମର ଦ୍ବିତୀୟ ଦିନ ଯାହା ହଲଦୀ ସମାରୋହରୁ ଆରମ୍ଭ ହେବ । କପଲଙ୍କର ଏହି ବିବାହର ନୂଆ ଅପଡେଟ୍ ଆସିଛି କି ଆାଜି ସକାଳ ୧୧.୩୦ରୁ ଆରମ୍ଭ ହେବ ହଳଦୀ କାର୍ଯ୍ୟକ୍ରମ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ।
ରିପୋର୍ଟ ଅନୁଯାୟୀ, ଆଜି ଭିକି-କ୍ୟାଟ୍‌ଙ୍କ ହଲଦି ସମାରୋହ ମଧ୍ୟ ତାଙ୍କ ସଙ୍ଗୀତ୍ ଓ ମେହେନ୍ଦୀ ପରି ରାଜକୀୟ ଶୈଳୀରେ ପରିବେଷଣ କରାଯିବ । ଏହି କାର୍ଯ୍ୟକ୍ରମ ପରେ ରାତିରେ ଡିନର ପରେ ଏକ ଚମତ୍କାର ପୁଲ୍ ପାର୍ଟିର ଆୟୋଜନ ହେବ । ଏହି ସମାରୋହରେ ଯୋଗ ଦେଉଥିବା ବଡ ବଡ ବଲିଉଡର ଷ୍ଟାରମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି ।
ଏହି ଦମ୍ପତିଙ୍କ ସଂଗୀତର ଭିତର ଓ ବାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାତିରେ ଆତସବାଜି ଦେଖାଯାଇଛି । ଖବର ଅନୁଯାୟୀ, ଏହି ରାଜକୀୟ ବିବାହର ଅତିଥି ତାଲିକାରେ କରଣ ଜୋହର, ଫରାହ ଖାନ, ଅଲି ଅବ୍ବାସ ଜାଫର, କବୀର ଖାନ ଏବଂ ମିନି ମଥୁର ଏବଂ ରୋହିତ ଶେଟ୍ଟୀ ଭଳି ବଡ ବଡ ସେଲିବ୍ରିଟିମାନେ ସାମିଲ ଦେବେ ।

Leave a Reply

%d bloggers like this: