ବିଗ୍ ବିଙ୍କ ଝିଅ ବୋଲି ଦାବି କଲେ ଯୁବତୀ, ଥାନାରେ ଅଭିଯୋଗ କଲେ ମୋନି

Girl reached at police station saying herself as Amitabh Bachhan's daughter

ବିଗ୍ ବିଙ୍କ ଝିଅ ବୋଲି ଦାବି କଲେ ଯୁବତୀ, ଥାନାରେ ଅଭିଯୋଗ କଲେ ମୋନି


ମେଟ୍ରୋ ଟିଭି ବ୍ୟୁରୋ, ୦୮/୧୨: ଚଳଚିତ୍ର ଜଗତ ବିଚିତ୍ର ଜଗତ । ସବୁବେଳେ କିଛି ନା କିଛି ଚର୍ଚ୍ଚିତ ଖବର ଫିଲ୍ମ ଦୁନିଆରୁ ମିଳିଥାଏ । ଚଳଚିତ୍ରର ଚରିତ୍ର ଭଳି କେବେ ପ୍ରେମ ପ୍ରତାରଣା, ଅଭିଯୋଗ ଭଳି ଅନେକ ନାଟକୀୟ ପ୍ରସଙ୍ଗ ସାମ୍ନାକୁ ଆସେ । ତେବେ ଏଭଳି ଏକ ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି ଯାହା ଶୁଣିଲେ ଯେତିକି ଆଚମ୍ବିତ ସେତିକି ଚର୍ଚ୍ଚିତ । ଫିଲ୍ମ ଦୁନିଆର ବିଗ୍ ବି ଅମିତାଭ୍ ବଚ୍ଚନ ଙ୍କ ଝିଅ ବୋଲି ଦାବି କରିବା ଓ ଥାନାରେ ରିପୋର୍ଟ ଦେବ ।କୁ ନେଇ ଏହି ଖବରଟି ଗଣମାଧ୍ୟମରେ ଗୁଞ୍ଜରିତ ହେଉଛି । ବିଗ୍ ବିଙ୍କୁ ନେଇ ଅନେକ ରୋଚକ ଖବର କେବେ କେବେ ସାମ୍ନାକୁ ଆସେ । ତେବେ ଏହି ଅଭିଯୋଗର ସତ୍ୟତା ନେଇ ଯେତିକି ସନ୍ଦେହ ସେତିକି ସଂଶୟ ।
ସୂଚନା ଅନୁଯାୟୀ, ଆରା ଟାଉନ୍ ପୋଲିସ୍ ଷ୍ଟେସନରେ ହଠାତ୍ ଜଣେ ମହିଳା କାନ୍ଦି କାନ୍ଦି ଆସି ପହଞ୍ଚିଥିଲେ। ସେ କହିଥିଲେ ମୋ ନାମ ମୋନୀ ଏବଂ ମୁଁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ। ଜେଜେବାପାଙ୍କ ନାମ ହରିବଂଶ ରାୟ ବଚ୍ଚନ। ପୋଲିସ୍ ଏହାକୁ ବିଶ୍ୱାସ ନକରି, ତାଙ୍କୁ ପଚାରିଥିଲେ କେଉଁ ଅମିତାଭ ବଚ୍ଚନ? ମହିଳା କହିଥିଲେ, କୌନ ବନେଗା କରୋଡପତିର ଅମିତାଭ ବଚ୍ଚନ। ସେ କହିଥିଲେ ତାଙ୍କ ଜେଜେମା ତାଙ୍କ ନାମ ଆରାଧ୍ୟା ଏବଂ ମୋନୀ ରଖିଥିଲେ। ତାଙ୍କୁ ପଚାରାଯିବାରୁ ସେ କେଉଁଠାରେ ରୁହନ୍ତି ? ସେ କହିଥିଲେ ପାକିସ୍ତାନରେ।
ପୋଲିସ ଷ୍ଟେସନରେ ପହଞ୍ଚିଥିବା ମହିଳା ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଏପରି ଅଜବ କାର୍ଯ୍ୟ ଜାରି ରଖିଥିଲେ। ଏହା ପରେ ପୋଲିସ୍ ବୁଝିଯାଇଥିଲା ଯେ ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ମହିଳା ଜଣକ ବେଳେବେଳେ ଲାଲୁ ଯାଦବଙ୍କ ନାମ ମଧ୍ୟ ନେଉଥିଲେ। ପରେ ପୋଲିସ କୌଣସି ପ୍ରକାରେ ତାଙ୍କୁ ବୁଝାଇ ଘରକୁ ପଠାଇଥିଲା।

Leave a Reply

%d bloggers like this: