ଗୋବର ଚପଲ

ଗୋବର ଚପଲ


ମେଟ୍ରୋ ଟିଭି ବ୍ୟୁରୋ , ୮/୧୨; କେହି କେବେ ଗୋବର ଚପଲ ବିଷୟରେ ଶୁଣିଛନ୍ତି କି ? ଛତିଶଗଡର ରାଜଧାନୀ ରାୟପୁରରେ ଏହି ଚପଲ ତିଆରି ହେଉଛି । ରାୟପୁର ବାସିନ୍ଦା ଜଣେ ପଶୁପାଳକ ରିତେଶ ଅଗ୍ରୱାଲ ନିଜର ବୃଦ୍ଧି ଖଟାଇ ରବର ଓ ପ୍ଲାଷ୍ଟିକ୍ ବଦଳରେ ପ୍ରସ୍ତୁତ କରୁଛନ୍ତି ଗୋବର ଚପଲ ।
ତାଙ୍କ କହିବା ମୁତାବକ୍ ଦେଶରେ ବ୍ୟାପକ ସଂଖ୍ୟାରେ ଗାଈ ପ୍ଲାଷ୍ଟିକ ଖାଇ ରୋଗାଗ୍ରସ୍ତ ହେଉଛନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତି ପ୍ଲାଷ୍ଟକ୍‌ର ବ୍ୟବହାରକୁ କମ୍ କରିବା ଆବଶ୍ୟକ । ରିତେଶ ଗୋବର ସାହାର୍ଯ୍ୟରେ ଦୀପ ,ଇଟା ଓ ଭଗବାନଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି । ଯାହା ପାଇଁ ସେ ୧୫ ଜଣଙ୍କୁ ରୋଜଗାର କ୍ଷମ କରିପାରିଛନ୍ତି । ଏହି ଗୋବର ଚପଲକୁ ୩-୪ଘଣ୍ଟା ପାଣିରେ ଭିଜାଇବା ପରେ ବି ଚପଲ ନଷ୍ଟ ହୁଏ ନାହିଁ । ରିତେଶ କହିଛନ୍ତି ଏହି ଚପଲ ପିନ୍ଧିବା ପରେ ଲୋକେ ସେମାନଙ୍କର ଶର୍କରା ଓ ରକ୍ତଚାପ ସ୍ତର ଯାଞ୍ଚ କରନ୍ତୁ । ଏହି ଗୋବର ଚପଲର ମୂଲ୍ୟ ସେ ୪୦୦ଟଙ୍କା ରଖିଛନ୍ତି ।

Leave a Reply

%d bloggers like this: