ଏବେ ଝିଟିପିଟି ପାଇଁ ପୋଷାକ ତିଆରି କରିବ କମ୍ପାନୀ

ଏବେ ଝିଟିପିଟି ପାଇଁ ପୋଷାକ ତିଆରି କରିବ କମ୍ପାନୀ


ମେଟ୍ରୋ ଟିଭି ବ୍ୟୁରୋ, ୮/୧୨: ଥଣ୍ଡା ଦିନେ ଲୋକ ନିଜ ପୋଷା ଜୀବଜନ୍ତୁଙ୍କୁ ପୋଷାକ ପିନ୍ଧାଇଥାନ୍ତି । କେହି ନିଜ ପୋଷା ଜନ୍ତୁଙ୍କ ପାଇ ଅଧିକ ଟଙ୍କା ଖର୍ଚ୍ଚ କରି ପୋଷାକ ସିଲାଇଥାନ୍ତି । ଏବେ ଏକ ପୋଷାକ କମ୍ପାନୀ ଝିଟିପିଟି ଲାଗି ପୋଷାକ ସିଲାଉଥିବାରୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ କମ୍ପାନୀ ମାଲିକ ମାନଙ୍କ ପାଇଁ ମଧ୍ୟ ମ୍ୟାଚିଂ ପୋଷାକ ସିଲାଇକରୁଛି ।
ସୂଚନା ମୁତାବକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ ଏକ ବିଚିତ୍ର କମ୍ପାନୀ । ଏହି କମ୍ପାନୀ ଝିଟିପିଟିଙ୍କୁ ଫିଟିଂ ହେବା ଭଳି ପୋଷାକ ସିଲାଇକରୁଛି । ଯାହା ପାଇଁ ଏହା ବିଶ୍ୱରେ ଖୁବ୍ ଲୋକପ୍ରିୟ ହୋଇଗଲାଣି । ପେନେଲୋପ ଗଜୀନ ନାମକ ମହିଳା ଏହି କମ୍ପାନୀକୁ ଆରମ୍ଭ କରିଥିଲେ । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଝିଟିପିଟି ପୋଷାକ ପିନ୍ଧିଥିବା ବହୁ ଫଟୋକୁ ସେୟାର କରିଛନ୍ତି । ଏହି ପୋଷାକ ଗୁଡିକ ଫ୍ୟାନ୍ସି ରଖାଯାଇଛି ।

Leave a Reply

%d bloggers like this: