ଇତିହାଇ ରଚିଲେ ଭାରତୀୟ ଟ୍ରାନ୍ସଜେଣ୍ଡର୍, ଜିତିଲେ ‘ମିସ୍ ଟ୍ରାନ୍ସ ଗ୍ଲୋବାଲ୍ ୟୁନିଭର୍ସ’ ର ଟାଇଟଲ୍

Kerala's Shruthi Sithara wins Miss trans global crown

ଇତିହାଇ ରଚିଲେ ଭାରତୀୟ ଟ୍ରାନ୍ସଜେଣ୍ଡର୍, ଜିତିଲେ ‘ମିସ୍ ଟ୍ରାନ୍ସ ଗ୍ଲୋବାଲ୍ ୟୁନିଭର୍ସ’ ର ଟାଇଟଲ୍


ମେଟ୍ରୋ ଟିଭି ବ୍ୟୁରୋ, ୦୮/୧୨: କେରଳର ଶ୍ରୁତି ସୀତାରା ‘ମିସ୍ ଟ୍ରାନ୍ସ ଗ୍ଲୋବାଲ ୟୁନିଭର୍ସ’ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ଭାରତୀୟ ଟ୍ରାନ୍ସଜେଣ୍ଡର ଯାହାଙ୍କୁ ଏହି ଟାଇଟଲରେ ସମ୍ମାନିତ କରାଯାଇଛି । ଶ୍ରୁତି ସୀତାରା ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଏହି ଖୁସି ଖବର ସେୟାର କରିଛନ୍ତି ।
ଶ୍ରୁତି ଲେଖିଛନ୍ତି – ‘ମୁଁ ବହୁତ ଖୁସି, ଏବଂ ଉତ୍ସାହିତ । କେବେ ଆଶା କରି ନ ଥିଲି ମୁଁ ଏହି ଟାଇଟଲ୍ ଜିତିବି । ଏହି ପ୍ରତିଯୋଗିତା ପାଇଁ ମୁଁ ମାସ ମାସ ଧରି ପ୍ରସ୍ତୁତ ହେଉଥିଲି ଏବଂ ବର୍ତ୍ତମାନ ଏହା ଏତେ ହାଇ ନୋଟରେ ସମାପ୍ତ ହୋଇଛି ଯେ ମୋର ଖୁସି ପ୍ରକାଶ କରିବାକୁ କୌଣସି ଶବ୍ଦ ନାହିଁ । ଏହି ଇଭେଣ୍ଟ ଲଣ୍ଡନରେ ଅରଗାନାଇଜ୍ କରାଯାଇଥିଲା ।’
ଶ୍ରୁତି ଗତ ୬ ମାସ ଧରି ମିସ୍ ଟ୍ରାନ୍ସ ଗ୍ଲୋବାଲ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଥିଲେ । କିନ୍ତୁ କରୋନା କାରଣରୁ ଏହାର ଫଳାଫଳ ଘୋଷଣା କରାଯାଇ ନଥିଲା । ଶ୍ରୁତି ଆଶା କରୁଥିଲେ ଯେ ସେ ଶ୍ରେଷ୍ଠ ପାଞ୍ଚଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିବେ କିନ୍ତୁ ଟାଇଟଲ୍ ତାଙ୍କ ନାମରେ ହେବ ବୋଲି ସେ କେବେ ବି ଭାବି ନଥିଲେ।

Leave a Reply

%d bloggers like this: