ଇଞ୍ଜିନିୟରିଂ ଛାତ୍ରଙ୍କର ନୂଆ ଉଦ୍ଭାବନ,
ତିଆରି କଲେ ସବୁଠୁ ଶସ୍ତା କାର୍‌

Madhya Pradesh student made cheapest electric car

ଇଞ୍ଜିନିୟରିଂ ଛାତ୍ରଙ୍କର ନୂଆ ଉଦ୍ଭାବନ, ତିଆରି କଲେ ସବୁଠୁ ଶସ୍ତା କାର୍‌


ମେଟ୍ରୋ ଟିଭି ବ୍ୟୁରୋ, ୦୮/୧୨: ବର୍ତ୍ତମାନ ସମୟରେ ତେଲ ଦର ବୃଦ୍ଧିକୁ ନେଇ ଇଲେକଟ୍ରିକ କାରକୁ ଭଲ ବିକଳ୍ପ ରୂପେ ମନାଯାଉଛି । ଏବେ ଆପଣ କେଉଁଠି ନା କେଉଁଠି ଇଲେକଟ୍ରିକ ବାହନକୁ ନେଇ ପ୍ରତିଦିନ ଖବର ଶୁଣୁଥିବେ। କିନ୍ତୁ ଏ ଖବର ଟିକେ ରହିଛି ଅଲଗା । ଏହି ଖବରରେ କୌଣସି କମ୍ପାନି ନୁହେଁ ବରଂ ଜଣେ ଛାତ୍ର ନିଜ ପାଇଁ ତିଆରି କରିଛନ୍ତି ଇଲେକଟ୍ରିକ କାର । ସେ ବି ପୁଣି ଖୁବ ଶସ୍ତା ।
ମଧ୍ୟପ୍ରଦେଶର ସାଗର ସହରର ଏହି ଘଟଣା । ଯାହା ଏବେ ସାମ୍ନାକୁ ଆସିଛି । ଯେଉଁଠି ଜଣେ କଲେଜ ଷ୍ଟୁଡେଣ୍ଟ ନିଜର ଏକ ଇଲେକଟ୍ରିକ କାର ତିଆରି କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଯାହା ଥରେ ଚାର୍ଜ କଲେ ୧୮୫ କି.ମି ପର୍ଯ୍ୟନ୍ତ ଯିବ । ପେଟ୍ରୋଲ – ଡିଜେଲ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରିବ ।
ସାଗର ଅଞ୍ଚଳର ହିଂମାଶୁ ଭାଇ ପଟେଲ ୫ ମାସରେ ତିଆରି କଲେ ଇଲେକଟ୍ରିକ କାର । ମଧ୍ୟପ୍ରଦେଶର କଲେଜ ଅଫ ଇଞ୍ଜିନିୟରିଂର ଛାତ୍ର ହେଉଛନ୍ତି ହିଂମାଶୁ । ଏହି କାରରେ ଡ୍ରାଇଭରକୁ ମିଶାଇ ମୋଟ ୫ ଜଣ ବସିପାରିବେ । ଏହା ଥରେ ଚାର୍ଜ ହେବା ମାତ୍ରେ ୧୮୫ କିମି ପର୍ଯ୍ୟନ୍ତ ଯାଇଥାଏ। ହିଂମାଶୁଙ୍କ କହିବା ଅନୁଯାୟୀ, ଏହି କାର ଘଣ୍ଟା ପ୍ରତି ୫୦ କିମି ବେଗରେ ଯାଇପାରିବ । ସବୁଠୁ ବଡ଼ କଥା ହେଉଛି ଏହାକୁ ଫୁଲ ଚାର୍ଜ କରିବା ପାଇଁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ୪ ଘଣ୍ଟାରେ ଏହି କାର ଫୁଲ ଚାର୍ଜ ହୋଇଯାଇଥାଏ । ରିମୋଟ କଣ୍ଟ୍ରୋଲ ଆଧାରିତ ଏହି କାରକୁ ଷ୍ଟାର୍ଟ-ଷ୍ଟପ କରିପାରିବେ । ଏହା ଦେଖିବାକୁ ପ୍ରାୟତଃ SUV , Mahindra Thar ଭଳି ହୋଇଛି । ଏହା ଚର୍ଚ୍ଚା ହେବାର କାରଣ ଏହା ଖୁବ ଶସ୍ତାରେ ତିଆରି ହୋଇଛି । ଏହାକୁ ତିଆରି କରିବା ପାଇଁ ମୋଟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Leave a Reply

%d bloggers like this: