ମଡେଲିଂ ଦୁନିଆରେ ପାଦ ଥାପିଲେ ଶାରା ତେନ୍ଦୁଲକର

Sara Tendulkar makes her modelling debut

ମଡେଲିଂ ଦୁନିଆରେ ପାଦ ଥାପିଲେ ଶାରା ତେନ୍ଦୁଲକର


ମେଟ୍ରୋ ଟିଭି ବ୍ୟୁରୋ, ୦୭/୧୨: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଡେଲିଂ ଦୁନିଆର ପାଦ ରଖିଛନ୍ତି । ସେ ନିଜ ଆସାଇନମେଣ୍ଟର ଏକ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତାଙ୍କ ଫ୍ୟାଶନ ସେନ୍ସ ପ୍ରତି ପ୍ରଶଂସକ ସବୁବେଳେ ଆକର୍ଷିତ । ସେ ସବୁବେଳେ ସୋସିଆଲ ମିଡ଼ିଆରେ ନିଜ ଫଟୋ ସେୟାର କରିଥାନ୍ତି ଏବଂ ପ୍ରଶଂସକ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ଫ୍ୟାନ୍ସଙ୍କୁ ସାରାଙ୍କ ଏହି ନୂଆ ଅବତାର ମଧ୍ୟ ବହୁତ ପସନ୍ଦ ଆସିଛି।
ସାରା ତେନ୍ଦୁଲକର ନିକଟରେ ଏକ ଲୋକପ୍ରିୟ କ୍ଲଦିଙ୍ଗ ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି । ବ୍ରାଣ୍ଡ ପ୍ରମୋଶନ ପାଇଁ ସେ ଅଭିନେତ୍ରୀ ବନିତା ସନ୍ଧୁ ଓ ତାନିୟା ଶ୍ରଫଙ୍କ ସହ ମଡେଲିଂ ଆରମ୍ଭ କରିଛନ୍ତି । ପ୍ରମୋଶନ ଭିଡିଓରେ ୩ଜଣ ପୋଜ ଦେଇଥିବା ନଜର ଆସିଛନ୍ତି । କିଛି ଦିନ ପୂର୍ବରୁ ସାରା ନିଜର ଜିମ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ । ଭିଡିଓ ଦେଖି ଜଣାପଡୁଥିଲା ଯେ ସେ ମଡେଲିଂ କ୍ୟାରିଅର ପାଇଁ ପ୍ରସ୍ତୁତ ହେଉଛନ୍ତି ।
ସାରା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ପ୍ରଥମ ବିଜ୍ଞାପନ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ ବହୁତ ସୁନ୍ଦର ଲାଗୁଛନ୍ତି । ଇନଷ୍ଟାଗ୍ରାମରେ ସାରାଙ୍କ ୧.୫ ମିଲିୟନ ଫଲୋୟର୍ସ ଅଛନ୍ତି । ଇନଷ୍ଟାଗ୍ରାମରେ ସାରା କେବେ ଟ୍ରାଡିସନାଲ ତ କେବେ ଷ୍ଟାଇଲିଶ ଫଟୋ ସେୟାର କରନ୍ତି ।

Leave a Reply

%d bloggers like this: