ବିବାହ କଲେ ଟେଲି ଅଭିନେତ୍ରୀ ସାୟନ୍ତନୀ ଘୋଷ

Television actress Sayantani Fhosh ties the knot with boyfriend Anugrah

ବିବାହ କଲେ ଟେଲି ଅଭିନେତ୍ରୀ ସାୟନ୍ତନୀ ଘୋଷ


ମେଟ୍ରୋ ଟିଭି ବ୍ୟୁରୋ, ୦୭/୧୨: ହିନ୍ଦୀ ସିନେ ଇଣ୍ଡଷ୍ଟ୍ରୀରେ ଏବେ ବିବାହ ଋତୁ ଚାଲିଛି । ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ଏବେ ବିବାହ ବନ୍ଧନରେ ବାନ୍ଧି ହେଉଥିବା ଦେଖିବାକୁ ମିଳିଛି । ଏହି ତାଲିକାରେ ଏବେ ଆଉ ଏକ ନୂଆ ନାଁ ଯୋଡ଼ି ହୋଇଛି । ଏହି ଅଭିନେତ୍ରୀ ହେଉଛନ୍ତି ଟିଭି ସିରିୟଲ ‘ତେରା ୟାର ହୁଁ ମେ’ ର ମୁଖ୍ୟ ଅଭିନେତ୍ରୀ ସାୟନ୍ତନୀ ଘୋଷ ଓରଫ୍ ଦିଲଜିତ । ଦୀର୍ଘ ଦିନର ବୟଫ୍ରେଣ୍ଡ ଅନୁଗ୍ରହ ତିଓ୍ଵାରୀଙ୍କୁ ବିବାହ କରିଛନ୍ତି ସାୟନ୍ତନୀ । ହୋମ୍ ଟାଉନ୍ କୋଲକାତାରେ ସେ ବିବାହ କରିଛନ୍ତି ।
ବିବାହ ପରେ ସାୟନ୍ତନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଅନୁଗ୍ରହଙ୍କ ସହ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି । ବାହାଘରରେ ଲାଲ ବନାରସୀ ଶାଢ଼ିରେ ଅଭିନେତ୍ରୀ ବେଶ୍ ସୁନ୍ଦର ନଜର ଆସୁଛନ୍ତି । ଲୁକ୍‌କୁ ମ୍ୟାଚ୍ କରିବାକୁ ସେ ଏକ ସାଦା ଲାଲ୍ ବିନ୍ଦି ମଧ୍ୟ ଲଗାଇଛନ୍ତି । ସେହିପରି ଅନୁଗ୍ରହ ଧୋତି ଓ କୁର୍ତ୍ତା ପିନ୍ଧିଛନ୍ତି ।
ବାହାଘରର ଫଟୋ ସେୟାର କରି ସାୟନ୍ତନୀ ଘୋଷ ଲେଖିଛନ୍ତି, ଆଉ ଏମିତି ମିସ୍‌ରୁ ମିସେସ୍ ହୋଇଗଲି । ଡିସେମ୍ବର ୫ରେ ସାୟନ୍ତନୀଙ୍କ ହଳଦୀ ସେରିମନି ଥିଲା । ତାଙ୍କ ଘରେ କେବଳ କିଛି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାୟନ୍ତନୀ ନିଜ ପ୍ରି-ୱେଡିଂ ସେଲିବ୍ରେସନ୍‌ର କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋରେ ସେ ନିର୍ବନ୍ଧ ମୁଦି ଦେଖାଉଥିବା ନଜର ଆସିଥିଲେ।

Leave a Reply

%d bloggers like this: