ଟିକାକରଣ ତାଲିକାରେ ବିହାରରେ ମୋଦି, ଏଭଳି କଲା କିଏ ?

PM Modi on Bihar Covid jab list

ଟିକାକରଣ ତାଲିକାରେ ବିହାରରେ ମୋଦି, ଏଭଳି କଲା କିଏ ?


ମେଟ୍ରୋ ଟିଭି ବ୍ୟୁରୋ, ୦୭/୧୨: କୋଭିଡ୍ ଡୋଜ୍ ତାଲିକାରେ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧି, ଅମିତ ଶାହ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାଁ । ବିହାରର ଅରୱଲ ଜିଲ୍ଲାସ୍ଥିତ କାର୍ପି ବ୍ଲକରେ କୋଭିଡ୍ ଟିକାକରଣକୁ ନେଇ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କୋଭିଡ୍ ଟିକାକରଣ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଅଭିନେତା ଅକ୍ଷୟ କୁମାର ଓ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ରହିଛି ।
କର୍ପି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି । ଅରୱଲ ଜିଲ୍ଲା ମାଜିଷ୍ଟ୍ରେଟ୍ ଜେ ପ୍ରିୟଦର୍ଶିନୀ କହିଛନ୍ତି, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ୱାରା ଏହି ତଥ୍ୟ ଜାଲିଆତି ହୋଇଛି, ତାହା ଜଣାପଡ଼ିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ । ଘଟଣାକୁ ନେଇ ମାମଲା ବି ରୁଜୁ ହେବ । ତେବେ ଆମେ ଟେଷ୍ଟିଙ୍ଗ୍ ଏବଂ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିଛୁ ।
କେବଳ କର୍ପି ନୁହେଁ, ଅନ୍ୟ ବ୍ଲକ୍‌ଗୁଡ଼ିକୁ ବି ଫୋକସ୍ କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ନିରୀକ୍ଷଣ କରାଯିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଘଟଣା ବାବଦରେ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଜିଲ୍ଲାପାଳ ପ୍ରିୟଦର୍ଶିନୀଙ୍କ ସହିତ କଥା ହେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

Leave a Reply

%d bloggers like this: