ଚାଲିଗଲେ ନନ୍ଦ ସାର୍‌

ଚାଲିଗଲେ ନନ୍ଦ ସାର୍‌


ମେଟ୍ରୋ ଟିଭି ବ୍ୟୁରୋ, ୦୭/୧୨: ଯାଜପୁର ଅଞ୍ଚଳର ବର୍ଷୀୟାନ୍ ନନ୍ଦ ସାର୍ ଚାଟଶାଳୀ କରି ମାଗଣାରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ । ଏହି ନିକଟରେ ସେ ରାମନାଥ ଗୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିଲେ । ଏହି ସମୟରେ ରାଷ୍ଟ୍ରପତିଙ୍କ ମୁଣ୍ଡ ଉପରେ ଦୁଇ ହାତ ରଖି ଆଶୀର୍ବାଦ ଦେବା ଘଟଣା ଦେଶରେ ଚହଳ ପକାଇଥିଲା । ଦିଲ୍ଲୀରୁ ଫେରିଲା ପରେ ଯାଜପୁରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଦ୍ମଶ୍ରୀ ଉପାଧି ପାଇଥିବା ନନ୍ଦ ସାର୍‌ଙ୍କ ଚାଟଶାଳିକୁ ବନ୍ଦ କରିବା ପାଇଁ କିଛି ଅସାଧୁ ଲୋକଙ୍କ ଉଦ୍ୟମକୁ ରାଜ୍ୟବାସୀ ଘୋର ନିନ୍ଦା କରିଥିଲେ ।
କିଛିଦିନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସେ ଭୁବନେଶ୍ୱର ଆସି ଘରକୁ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାଜପୁର ସ୍ଥିତ ଟାଟା ମେଡିକାଲରେ ତାଙ୍କର ଚିକିତ୍ସାରେ ସୁଧାର ନଆସିବାରୁ ତାଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ଅଣାଯାଇଥିଲା । ତାଙ୍କୁ ସେଠାରେ ରକ୍ତ ଦିଆଯିବା ସହ ଚିକିତ୍ସା କରାଯାଉଥିଲା କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ନନ୍ଦ ସାର୍ ଆଜି ୧୦୪ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁରେ ସାରା ଓଡିଶାବାସୀ ଦୁଃଖପ୍ରକାଶ କରୁଥିବା ବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓ କେନ୍ଦ୍ରମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ।

Leave a Reply

%d bloggers like this: