ଆଜିଠୁ ଆରମ୍ଭ ହୋଇଛି ଭିକ୍କି-କ୍ୟାଟଙ୍କ ବିବାହ ଉତ୍ସବ

Katrina Kaif- Vicky Kaushal wedding

ଆଜିଠୁ ଆରମ୍ଭ ହୋଇଛି ଭିକ୍କି-କ୍ୟାଟଙ୍କ ବିବାହ ଉତ୍ସବ


ମେଟ୍ରୋ ଟିଭି ବ୍ୟୁରୋ,୦୭/୧୨: ଆଜିଠୁ ଭିକି-କ୍ୟାଟଙ୍କ ବିବାହ ଉତ୍ସବ ଆରମ୍ଭ । ଆଜି ହେବ ସଙ୍ଗୀତ ଓ ମେହେନ୍ଦି ଫଙ୍କସନ । ୯ ତାରିଖରେ କ୍ୟାଟ-ବିକ୍କିଙ୍କ ରୟାଲ ୱେଡିଂ । ଜୋରସୋର ଚାଲିଛି ପ୍ରସ୍ତୁତି । ଦୁଲହନ ସାଜିବେ କ୍ୟାଟ୍ରିନା କୈଫ । ଆଉ ଦୁହ୍ଲା ପାଲଟିବେ ବିକ୍କି କୌଶଲ । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।
ଏଥିପାଇଁ ଗତକାଲିଠୁ ଉଭୟ ମୁମ୍ବାଇରୁ ରାଜସ୍ଥାନ ଯାଇଛନ୍ତି । ରାଜସ୍ଥାନର ସୱାଇ ମାଧୋପୁର ରିସର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ଉଭୟଙ୍କ ରୟାଲ ୱେଡିଂ ହେବ । ରିସର୍ଟକୁ ଦିଆଯାଇଛି ରୟାଲ ଟଚ୍ । ବିବାହ ଉତ୍ସବରେ ଭାଗ ନେବେ ୧୨୦ ବଛା ବଛା ଅତିଥି ।
ଅନ୍ୟପଟେ ଏହି କପଲଙ୍କ ବିବାହ ସମ୍ବନ୍ଧିତ ସୂତ୍ରରୁ ଜଣାପଡ଼ିଛି କି, ସଙ୍ଗୀତ, ମେହେନ୍ଦୀ ସହିତ ଆରମ୍ଭ ହେଉଥିବା ୱେଡିଙ୍ଗ ସେରେମନି ରାଜସ୍ଥାନରେ ୭ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥି ପୂର୍ବରୁ ସବାଇ ମାଧୋପୁରର ଡିଏମ୍ ରାଜେନ୍ଦ୍ର କିଶନ ନିର୍ଦ୍ଦେଶ ଦେଇଛନ୍ତି କି, ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ସାମିଲ ହେବାକୁ ଥିବା ଅତିଥିମାନେ ଦୁଇଟି ଯାକ କୋଭିଡ୍ ଟିକା ଯେପରି ନେଇ ସାରିଥିବେ।
୪ ଦିନ ପାଇଁ ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ଜିଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ଡିଏମ୍ ବୈଠକ କରିଥିଲେ । ବର୍ତ୍ତମାନ ବିବାହ ସହ ଜଡ଼ିତ ଏକ ଲାଟେଷ୍ଟ ଅପଡେଟ୍ ସାମ୍ନାକୁ ଆସିଛି । ଭିକ୍କି ନିଜ ବରଯାତ୍ରୀଙ୍କ ସହିତ ଗ୍ରାଣ୍ଡ ଏଣ୍ଟ୍ରି ନେବେ ଏବଂ ତାହା ପୁଣି ପାରମ୍ପରିକ ରୂପରେ । ସେ ଘୋଡ଼ା ଉପରେ ବସି ଏଣ୍ଟ୍ରି କରିବେ।

Leave a Reply

%d bloggers like this: