ଆଉ ଜଣେ ମୁନ୍ନା ଭାଇ M.B.B.S, ମିଛ କହି ଶତାଧିକି ଯୁବତୀଙ୍କୁ ଠକିଲେ

ଆଉ ଜଣେ ମୁନ୍ନା ଭାଇ M.B.B.S , ମିଛ କହି ଶତାଧିକି ଯୁବତୀଙ୍କୁ ଠକିଲେ


ମେଟ୍ରୋ ଟିଭି ବ୍ୟୁରୋ, ୦୭/୧୨: ଦୁନିଆରେ ବିଚିତ୍ର ଠକ ଅଛନ୍ତି । ମିଛରେ ହିମାଳୟରେ ଠିଆ ହୋଇ କନ୍ୟାକୁମାରୀରେ ରହୁଛି ବୋଲି ମିଛ କହିବାରେ ମାହିର । ଏଭଳି ଜଣେ ଠକ ଯୁବକଙ୍କ କାରସାଦି ସାମ୍ନାକୁ ଆସିଛି । M.B.B.S ନ ପଢି ମିଛ କହି ଶତାଧିକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ସୋସିଆଲ ମିଡିଆରେ ଏଭଳି ଠକଙ୍କ ସଂଖ୍ୟା ଏତେ ଯେ, ସହଜେ ଜାଣିହେବନାହିଁ । ବନ୍ଧୁତା ବାନ୍ଧିବା ପୂର୍ବରୁ ଭଲ ଭାବେ ନ ପରଖିଲେ ଠକାମିରେ ନିଶ୍ଚିତ ପଡିବ ।
କଟକ ବଡମ୍ବା ଅଞ୍ଚଳର ଜଣେ ଯୁବକ ଯିଏକି, ସ୍କୁଲ ମାଡିନି, କିନ୍ତୁ ନିଜ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ରେ ନିଜକୁ ଡାକ୍ତର ବୋଲି ଲେଖୁଥିଲା । ସୁଟ୍‌, ବୁଟ୍ ପିନ୍ଧା ଫଟୋ ଦେଖି କହାର ବି ସନ୍ଦେହ ହେଉ ନଥିଲା । ନିଜକୁ ଏକ ଭଦ୍ର ପରିବାରର ଦର୍ଶାଇ ସୁନ୍ଦର ସୁନ୍ଦର ଯୁବତୀଙ୍କ ସହ ଚାଟିଂ କରୁଥିଲା ଏବଂ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲା । ଦେଖା ସାକ୍ଷାତ କରିବା ଏବଂ ସପିଂ କରିବା ବାହାନାରେ ତାଙ୍କୁ ମଲ୍ ବୁଲାଇ ନେଉଥିଲା । ଯୁବତୀ ଡ୍ରେସ୍ ଟ୍ରାଏଲ୍ ପାଇଁ ଯିବା ବେଳେ ତାଙ୍କ ପର୍ସ, ମୋବାଇଲ୍ ଧରି ସେଠାରୁ ପଳାଉଥିଲା ।
କେବଳ ସେତିକି ନୁହେଁ, ଯୁବତୀମାନଙ୍କୁ ରେସ୍ତୋରାଁକୁ ଖୁଆଇବା ବାହାନାରେ ନେଉଥିଲା । ସେମାନେ ୱାସରୁମରୁ ଫେରିବା ବେଳେ ତାଙ୍କ ମୋବାଇଲ୍‌, ପର୍ସ ଇତ୍ୟାଦି ନେଇ ସେଠାରୁ ଫେରାର୍ ହେଇଯାଉଥିଲା । ପୁଲିସ୍ ତା ଠାରୁ ୪ଟି ଦାମୀ ମୋବାଇଲ୍ ଜବତ କରିଛି ଏବଂ ତାକୁ ପଚରାଉଚରା କରୁଛି ।

Leave a Reply

%d bloggers like this: