ଯୋଧପୁରରେ ନଜର ଆସିଲେ ନେହା ଏବଂ ରୋହନ ପ୍ରୀତ, ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ କରିବେ ପରଫର୍ମ

Neha kakkar and Rohanpreet singh spotted at Jodhpur, will they perform in Vicky-katrina's marriage ?

ଯୋଧପୁରରେ ନଜର ଆସିଲେ ନେହା ଏବଂ ରୋହନ ପ୍ରୀତ, ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ କରିବେ ପରଫର୍ମ


ମେଟ୍ରୋ ଟିଭି ବ୍ୟୁରୋ, ୦୬/୧୨: ବଲିଉଡରେ ବର୍ତ୍ତମାନ ଭିକ୍କି-କ୍ୟାଟ୍ରିନାଙ୍କ ବିବାହର ଚର୍ଚ୍ଚା ଜୋର୍ ଧରିଛି । ଏହି ଗୋଟିଏ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆଉ ମାତ୍ର ଦିନ କେଇଟା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ପ୍ରାୟ ସରି ଆସିଲାଣି । ଏମିତିକି ଅତିଥିମାନେ ବି ନିଜର ପ୍ରସ୍ତୁତି କରି ସାରିଲେଣି । ଏହି ବିବାହରେ ସାମିଲ ହେବାକୁ କ୍ୟାଟ୍ରିନାଙ୍କ ଭାଇ ବି ରାଜସ୍ଥାନ ପହଞ୍ଚି ଯାଇଥିବା ଖବର ମିଳିଛି । ଏହା ବ୍ୟତୀତ ଦୁହଁଙ୍କ ବିବାହରେ ଅନେକ ନିୟମ ରଖାଯାଇଛି ।
ଶୁଣିବାକୁ ମିଳୁଛି କି ଭିକି-କ୍ୟାଟ୍ରିନାଙ୍କ ବିବାହରେ ଡ୍ୟାନ୍ସ ପରଫର୍ମ କରିବେ ବଲିଉଡର ଗାୟିକା ନେହା କକ୍କଡ ଓ ତାଙ୍କ ସ୍ବାମୀ ରୋହନପ୍ରିତ ସିଂ । ନିକଟରେ ଏମାନେ ବିଦେଶ ଭ୍ରମଣ କରିବାକୁ ଯାଇଥିବା ବେଳେ ଏବେ ତାଙ୍କୁ ପ୍ରଥମେ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ କରାଯାଇଥିଲା । ହେଲେ ଶନିବାର ତାଙ୍କୁ ଯୋଧପୁର ବିମାନ ବନ୍ଦରରେ ସ୍ପଟ କରାଯାଇଛି । ଯଦିଓ ନେହା କ୍ୟାଟ୍ରିନାଙ୍କ ବିବାହରେ ପରଫର୍ମ କରିବେ କି ନାହିଁ ତାହାକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଏହି ସମୟରେ ନେହା ଓ ରୋହନପ୍ରିତଙ୍କୁ ଯୋଧପୁରରେ ଦେଖି ଗୋଟିଏ କଥା ହିଁ ଅନୁମାନ କରାଯାଉଛି।

Leave a Reply

%d bloggers like this: