ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲ୍ ହେଲେ ବିଦ୍ୟୁତ୍‌

Vidyut Jammwal trolled for his dressing style

ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲ୍ ହେଲେ ବିଦ୍ୟୁତ୍‌


ମେଟ୍ରୋ ଟିଭିି ବ୍ୟୁରୋ, ୦୬/୧୨: ବଲିଉଡରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜର ଅଜବ ପୋଷାକ ହେତୁ ଟ୍ରୋଲ୍ ହୁଅନ୍ତି । ବଲିଉଡର ଆକ୍ସନ୍ ହିରୋ ବିଦ୍ୟୁତ ଜାମୱାଲଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କର ଅଜବ ପୋଷାକ ହେତୁ ସେ ଟ୍ରୋଲରଙ୍କ ଟାର୍ଗେଟରେ ଆସିଛନ୍ତି । ଟ୍ରୋଲରମାନେ ରଣବୀର ସିଂଙ୍କ ଡ୍ରେସିଂ ଷ୍ଟାଇଲ ସହିତ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ତୁଳନା କରିଛନ୍ତି ।
ନିକଟରେ ବିଦ୍ୟୁତ ଜାମୱାଲ ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ସମୟରେ ଫଟୋଗ୍ରାଫରମାନେ ତାଙ୍କୁ ସେଠାରେ ସ୍ପଟ୍ କରିଥିଲେ । କିନ୍ତୁ ତାଙ୍କ ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ଏକ ଧଳା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ । ନା ସେ ଏକ ସାର୍ଟ ପିନ୍ଧିଥିଲେ ନା ପ୍ୟାଣ୍ଟ । ସେ ଉଭୟକୁ ମିଶାଇ ପିନ୍ଧିଥିଲେ । ସୋସିଆଲ ମିଡିଆରେ ତାଙ୍କର ଫଟୋ ପୋଷ୍ଟ ହେବା ମାତ୍ରେ ଟ୍ରୋଲରମାନେ ତାଙ୍କ ପଛରେ ପଡିଯାଇଥିଲେ । ଲୋକମାନେ ତାଙ୍କର ଏହି ପୋଷାକ ଉପରେ ଭିନ୍ନ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ ।
ଏଥିରେ ଅନେକ ଲୋକ ତାଙ୍କୁ ରଣଭୀର ସିଂଙ୍କ କପି ବୋଲି କହିଥିଲେ । ଜଣେ ୟୁଜର ଲେଖିଥିଲେ, ଏହା ରଣଭୀର ସିଂଙ୍କର ପ୍ରଭାବ । ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଥିଲେ, ଭାଇ, ଏହି ସେଲିବ୍ରିଟିମାନେ ଡ୍ରେସିଂ କେଉଁଠାରେ ସିଲେକ୍ଟ କରନ୍ତି, ଯଦି ଆମେ ଏହାକୁ ପିନ୍ଧିବା ତେବେ ଆମକୁ ଘରୁ ବାହାରି ଯିବାକୁ ପଡିବ । ଆଉ ଜଣେ ତାଙ୍କ ପୋଷାକକୁ ପିଲାଙ୍କ ଡାଏପର ସହିତ ତୁଳନା କରିଥିଲେ ।

Leave a Reply

%d bloggers like this: