ଆଜି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

Russian President Putin to arrive in India today

ଆଜି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ


ମେଟ୍ରୋ ଟିଭି ବ୍ୟୁରୋ,୬/୧୨: ଆଜି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତ-ରୁଷ ୨୧ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ । ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । କିଛି ଘଣ୍ଟା ପାଇଁ ଭାରତ ଆସୁଥିଲେ ମଧ୍ୟ ପୁଟିନଙ୍କ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ଆଲୋଚନା କରିବେ ।
ପୁଟିନଙ୍କ ଗସ୍ତ କାଳରେ ପ୍ରତିରକ୍ଷା ସହ ଅନେକ ପ୍ରସଙ୍ଗରେ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ତେବେ ଏସ-୪୦୦ ଡିଲ୍ ଉପରେ ରହିଛି ନଜର । ଆଜି ରୁଷ ଭାରତକୁ ଏକ ଏସ ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମର ମଡେଲ ହସ୍ତାନ୍ତର କରିବ । ଏହାର ଉପକରଣ ଯୋଗାଣ ପୂର୍ବରୁ ଶେଷ ହୋଇଛି । ଏହି ମିସାଇଲକୁ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଚାପ ପକାଉଛି।
ତେଣୁ ଏହି ଏସ୍-୪୦୦ ମିସାଇଲ ଚର୍ଚ୍ଚାରେ ରହିଛି । ଭାରତ କିନ୍ତୁ ନିଜର ପ୍ରତିରକ୍ଷା କ୍ଷେତ୍ରରେ ସାଲିସ କରିବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି । ମୋଦି ଓ ପୁଟିନ ଆଲୋଚନା ମଧ୍ୟରେ ଆଗାମୀ ୧୦ବର୍ଷ ପାଇଁ ପ୍ରତିରକ୍ଷା ସହଯୋଗ ଜାରି ରଖିବାକୁ ଏକ ଚୁକ୍ତି ସ୍ୱାକ୍ଷରିତ ହେବା ସମ୍ଭାବନା ରହିଛି । ତେବେ ଆମେରିକା ସହ ଭାରତର ଘନିଷ୍ଠତା ଓ ଆମେରିକା ସହ ରୁଷ ତିକ୍ତତା ଲାଗି ରହିଥିବାରୁ ପୁଟିନଙ୍କ ଗସ୍ତ ଉପରେ ରହିଛି ବିଶ୍ୱର ନଜର ।

Leave a Reply

%d bloggers like this: