ଅଭିନୟ ଜଗତକୁ ଓହ୍ଲାଇବେ ନତାଶା,
ବରୁଣଙ୍କୁ ଦେବେ କଡା ଟକ୍କର

Natasha Dalal is coming to compete with husband Varun Dhawan

ଅଭିନୟ ଜଗତକୁ ଓହ୍ଲାଇବେ ନତାଶା, ବରୁଣଙ୍କୁ ଦେବେ କଡା ଟକ୍କର


ମେଟ୍ରୋ ଟିଭି ବ୍ୟୁରୋ, ୦୬/୧୨: ଷ୍ଟାଇଲିସ୍ ହିରୋ ବରୁଣ ଧଓ୍ଵନ୍‌ଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ପତ୍ନୀ ନତାଶା ଦଲାଲ୍ । ଷ୍ଟୁଡେଣ୍ଟ ଅଫ୍ ଦ ଇୟରରୁ ଡେବ୍ୟୁ କରିଥିବା ବରୁଣ ଧଓ୍ଵନ୍ ଏବେ ବଲିଉଡ୍‌ର ଜଣେ ଜଣାଶୁଣା କଳାକାର । ତାଙ୍କ ଫିଲ୍ମକୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ବରୁଣଙ୍କ ପରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ତାଙ୍କ ପତ୍ନୀ ନତାଶା । ଖୁବ୍‌ଶୀଘ୍ର ନତାଶା ଦଲାଲ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ରିପୋର୍ଟ ମୁତାବକ, ନତାଶା ଦଲାଲ ଓଟିଟିର ଏକ ଶୋ’ରେ ଅଭିନୟ କରିବେ । ଏହି ଶୋ’ର ନାଁ Say Yes to the dress India । ଶୋ’ ଟି ଡିସ୍‌କଭରିରେ ପ୍ରଦର୍ଶିତ ହେବ । ଶୋ’ ଟି ଏକ ଡିଜାଇନିଂ ବେସ୍‌ଡ ଶୋ’। ନତାଶା ଦଲାଲ ମଧ୍ୟ ଜଣେ ଫ୍ୟାସନ୍ ଡିଜାଇନର ହୋଇଥିବାରୁ ସେ ଏଥିପାଇଁ ହଁ ଭରିଛନ୍ତି ।
ନତାଶାଙ୍କ କହିବାନୁସାରେ, ଡେବ୍ୟୁ କରିବା ପାଇଁ ଏହାଠାରୁ ଭଲ ସୁଯୋଗ ଆଉ କିଛି ନାହିଁ । ଏହି ଶୋ’ରେ ନତାଶା ଆଉଟ୍ ଫିଟ୍ ଡିଜାଇନ୍ କରୁଥିବାର ନଜର ଆସିବେ । ଶୋ’ରେ ନତାଶାଙ୍କ ୱେଡିଂ କଲେକସନ୍ ମଧ୍ୟ ଦେଖିବାକୁ ମିଳିବ। ନତାଶା ଦଲାଲ ଜଣେ ଜଣାଶୁଣା ଫ୍ୟାଶନ୍ ଡିଜାଇନର । ନିଜ ବିବାହ ଆଉଟ୍ ଫିଟ୍ ମଧ୍ୟ ସେ ନିଜେ ହିଁ ଡିଜାଇନ୍ କରିଥିଲେ ।
ନତାଶା ଦଲାଲ ଓ ବରୁଣ ଧଓ୍ଵନ୍‌ଙ୍କ ବିବାହ ୨୦୨୧ ଜାନୁଆରୀରେ ହୋଇଥିଲା । ଏହି ବିବାହ ବହୁ ଆଡ଼ମ୍ବରରେ ନ ହୋଇ ଅତି ସାଧାରଣ ଭାବେ ଅଲିବାଗରେ ଆୟୋଜିତ ହୋଇଥିଲା । ବିବାହରେ ପରିବାରର କେତେକ ଖାସ୍ ସଦସ୍ୟ ଓ ଅଳ୍ପ ବଲିଉଡ୍ ସେଲିବ୍ରିଟି ଯୋଗ ଦେଇଥିଲେ ।

Leave a Reply

%d bloggers like this: