ହ୍ରିତିକ୍‌ଙ୍କ ସିଗ୍ନେଚର ଷ୍ଟେପ୍ କଲେ ଆଶା ଭୋସଲେ, ୮୮ ବର୍ଷ ବୟସରେ ଡ୍ୟାନ୍ସ ଦେଖୁ ଆଶ୍ଚର୍ଯ୍ୟ ହେଲେ ଲୋକେ

ହ୍ରିତିକ୍‌ଙ୍କ ସିଗ୍ନେଚର ଷ୍ଟେପ୍ କଲେ ଆଶା ଭୋସଲେ, ୮୮ ବର୍ଷ ବୟସରେ ଡ୍ୟାନ୍ସ ଦେଖୁ ଆଶ୍ଚର୍ଯ୍ୟ ହେଲେ ଲୋକେ


ମେଟ୍ରୋ ଟିଭି ବ୍ୟୁରୋ, ୦୪/୧୨: ଆଶା ଭୋସଲେଙ୍କୁ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର୨’ରେ ସ୍ପେସାଲ୍ ଗେଷ୍ଟ ଭାବରେ ଦେଖିବାକୁ ମିଳିଛି । ଏହି ଆଗାମୀ ଏପିସୋଡର କିଛି ଝଲକ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ୮୮ ବର୍ଷ ବୟସରେ ଆଶା ଭୋସଲେ ଦମଦାର ଡ୍ୟାନ୍ସ କରୁଥିବା ଦେଖାଯାଇଛି।
ଏହି ଭାଇରାଲ୍ ଭିଡିଓରେ ଆଶା ଭୋସଲେ ସମସ୍ତ ଜଜଙ୍କ ସହ ବସି କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି । ଏହି ସମୟରେ ସେ ତାଙ୍କର ଫେଭରେଟ ଡ୍ୟାନ୍ସରଙ୍କ ନାମ କହିଛନ୍ତି। ଏହା ପରେ ଏପରି କିଛି ଘଟିଛି ଯାହାକୁ କେହି କଳ୍ପନା ମଧ୍ୟ କରିନଥିଲେ। ସେ ତାଙ୍କ ସ୍ଥାନରେ ଠିଆ ହୋଇ ହ୍ରିତିକ ରୋଶନଙ୍କ ସିଗ୍ନେଚର୍ ଷ୍ଟେପ୍ କରିବା ଆରମ୍ଭ କରିଛନ୍ତି । ଏହା ଦେଖି ସମସ୍ତ ଜଜ୍ ଏବଂ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Leave a Reply

%d bloggers like this: