ମାଡି ଆସୁଛି ‘ଜୱାଦ’
ଚିନ୍ତାରେ ମତ୍ସ୍ୟଜୀବୀ

ମାଡି ଆସୁଛି ‘ଜୱାଦ’ , ଚିନ୍ତାରେ ମତ୍ସ୍ୟଜୀବୀ


ମେଟ୍ରୋ ଟିଭି ବ୍ୟୁରୋ, ୦୪/୧୨: ବାତ୍ୟା ‘ଜୱାଦ’ ଯେତେ ପାଖେଇ ଆସୁଛି ସମୁଦ୍ର ସେତେ ଅଶାନ୍ତ ହେଉଛି । ଯାହା ଫଳରେ ମସ୍ୟଜୀବୀ ଭୟଭୀତ ହେଉଛନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ବଢିବାରେ ଲାଗିଛି । କୂଳ ନିକଟକୁ ଜୁଆର ପାଣି ଆସୁଥିବାରୁ ସମୁଦ୍ର କୁଳରେ ଥିବା ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମସ୍ୟଜୀବୀମାନେ ଡଙ୍ଗାକୁ ବାନ୍ଧିବା ସହ ଏବେ କୂଳ ନିକଟରେ ଜଗି ବସିଛନ୍ତି ।
ଏଭଳି ଦୃଶ୍ୟ ଛତ୍ରପୁର ବ୍ଲକ ଆର୍ଯ୍ୟପଲୀ ସମୁଦ୍ର ନିକଟରେ ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ସଚେତନତା କରାଯିବା ସହ ସମୁଦ୍ରକୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି ।

Leave a Reply

%d bloggers like this: