ଆସନ୍ତା ୯ ତାରିଖରେ ଭିକ୍କି-କ୍ୟାଟ୍ରିନାଙ୍କ ରୟାଲ ୱେଡିଂ, ୧୨୦ ଅତିଥିଙ୍କୁ ନେଇ ହେବ ୪ ଦିନିଆ ଉତ୍ସବ

katrina and Vicky Kaushal's royal wedding

ଆସନ୍ତା ୯ ତାରିଖରେ ଭିକ୍କି-କ୍ୟାଟ୍ରିନାଙ୍କ ରୟାଲ ୱେଡିଂ, ୧୨୦ ଅତିଥିଙ୍କୁ ନେଇ ହେବ ୪ ଦିନିଆ ଉତ୍ସବ


ମେଟ୍ରୋ ଟିଭି ବ୍ୟୁରୋ, ୦୪/୧୨: ବଲିଉଡ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ଦୀର୍ଘ ଦିନ ହେବ ସେମାନଙ୍କ ବିବାହ ବିଷୟରେ ଆଲୋଚନା ଚାଲିଛି। ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ଅନେକ ଯୋଜନାର ପ୍ରସ୍ତୁତି ସରି ଯାଇଛି ବୋଲି ଶୁଣିବାକୁ ମିଳୁଛି । ହେଲେ ଏହି ସମୟରେ ବର୍ତ୍ତମାନ ଦମ୍ପତିଙ୍କ ବିବାହକୁ ନେଇ ଏକ ନୂଆ ଖବର ଆସିଛି ।
ଖୁବଶୀଘ୍ର କନିଆଁ ସାଜିବେ କ୍ୟାଟ୍ରିନା କୈଫ । ଆଉ ବର ପାଲଟିବେ ବିକ୍କି କୌଶଲ । ଦୁହେଁ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ପ୍ରଶାସନ ବିକ୍କି-କ୍ୟାଟଙ୍କ ବିବାହ ନେଇ ବୈଠକ କରିଛନ୍ତି ।
ଏଥିରେ ଆଇନ ଶୃଙ୍ଖଳା ବ୍ୟବସ୍ଥା, ସଫେଇ ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିବା ସ୍ଥାନୀୟ ଜିଲ୍ଲାପାଳ ରାଜେନ୍ଦ୍ର କିଶାନ ସୂଚନା ଦେଇଛନ୍ତି । ବିବାହ ଉତ୍ସବ ବେଳେ ପୋଲିସ, ଗ୍ରାମ ପଞ୍ଚାୟତ ଏବଂ ପ୍ରଶାସନ ଯେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବେ । ରୟାଲ ୱେଡିଂରେ ୧୨୦ ଅତିଥୀ ଭାଗ ନେବେ । ୪ ଦିନିଆ ଉତ୍ସବ ଆସନ୍ତା ୭ ତାରିଖରୁ ଆରମ୍ଭ ହେବ । କ୍ୟାଟ୍ରିନା ଏବଂ ଭିକି ନିଜ ବିବାହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ୟାଟଙ୍କ ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବେ ।

Leave a Reply

%d bloggers like this: