ମିର୍ଜାପୁର ଅଭିନେତାଙ୍କ ପରଲୋକ, ଫ୍ଲାଟରୁ ମିଳିଲା ବ୍ରହ୍ମା ମିଶ୍ରାଙ୍କ ମୃତଦେହ

Mirzapur actor bramha Mishra found dead at his mumbai home

ମିର୍ଜାପୁର ଅଭିନେତାଙ୍କ ପରଲୋକ, ଫ୍ଲାଟରୁ ମିଳିଲା ବ୍ରହ୍ମା ମିଶ୍ରାଙ୍କ ମୃତଦେହ


ମେଟ୍ରୋ ଟିଭି ବ୍ୟୁରୋ, ୦୩/୧୨: ପପୁଲାର ୱେବ୍ ସିରିଜ୍ ମିର୍ଜାପୁର-୨ ର ଅଭିନେତା ବ୍ରହ୍ମା ମିଶ୍ରାଙ୍କର ପରଲୋକ । ବ୍ରହ୍ମାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ବନ୍ଧୁ ଦିବ୍ୟେନ୍ଦୁ ଶର୍ମା । ଏହି ଓ୍ବେବ୍ ସିରିଜ୍‌ରେ ସେ ଲଳିତ୍ ଭୂମିକାରେ ନଜର ଆସିଥିଲେ । ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣିଥିଲେ ବ୍ରହ୍ମା ।
ସୂଚନା ଅନୁସାରେ, ଡିସେମ୍ବର ୨୯ ତାରିଖରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହା ପରେ ସେ ହସ୍ପିଟାଲ ଯାଇ ନିଜର ଚିକିତ୍ସା କରାଇଥିଲେ । ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଗ୍ୟାସ୍ ମେଡିସିନ୍ ଦେଇ ପଠାଇଦେଇଥିଲେ । ପରେ ସେ ଘରକୁ ଆସିଥିଲେ । ତେବେ ତାଙ୍କ ଘରୁ ହିଁ ବ୍ରହ୍ମାଙ୍କର ମୃତଦେହ ଜବତ କରାଯାଇଛି । ମୁମ୍ବାଇ ସ୍ଥିତ ସେ ରହୁଥିବା ଫ୍ଲାଟ୍‌ରୁ ତାଙ୍କର ଶବ ଜବତ କରିଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ବ୍ରହ୍ମାଙ୍କର ମୃତ୍ୟୁ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।
ଅନେକ ଚଳଚିତ୍ର ଏବଂ ଓ୍ବେବ୍‌ସିରିଜ୍‌ରେ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି ବ୍ରହ୍ମା ମିଶ୍ରା । ମନୋଜ ବାଜପେୟୀଙ୍କୁ ନିଜର ରୋଲ୍ ମଡେଲ ଭାବୁଥିବା ବ୍ରହ୍ମା ଅଭିନୟରେ ବେଶ ରୁଚି ରଖୁଥିଲେ । ଭୋପାଳରେ ଜନ୍ମଗ୍ରହଣ କରିଥିବା ବ୍ରହ୍ମା ପିଲାବେଳୁ ହିଁ ଅଭିନୟ ପ୍ରତି ରୁଚି ରଖିଥିଲେ । ଅନେକ ଚଳଚିତ୍ରରେ ଏବଂ ଓ୍ବେବ୍ ସିରିଜରେ କାମ କରିଥିଲେ ବି ମିର୍ଜାପୁର-୨ରେ ହିଁ ତାଙ୍କୁ ପରିଚୟ ମିଳିଥିଲା ।

Leave a Reply

%d bloggers like this: