ଛାଡପତ୍ର ପରେ ପୁଣି ଏକାଠି ହେଲେ ଅମୀର-କିରଣ,
ଫଟୋ ଦେଖି ଟ୍ରୋଲ କଲେ ୟୁଜର୍ସ

Amir Khan and Kiran Rao reunite for their son's birthday

ଛାଡପତ୍ର ପରେ ପୁଣି ଏକାଠି ହେଲେ ଅମୀର-କିରଣ, ଫଟୋ ଦେଖି ଟ୍ରୋଲ କଲେ ୟୁଜର୍ସ


ମେଟ୍ରୋ ଟିଭି ବ୍ୟୁରୋ,୦୩/୧୨: ବଲିଉଡର ପରଫେକ୍ଟନିଷ୍ଟ ଅମୀର ଖାନ ଏବଂ କିରଣ ରାଓ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ଜୁଲାଇ ମାସରେ ଦୁହେଁ ଏକାଠି ଅଲଗା ହେବାକୁ ଘୋଷଣା କରିଥିଲେ । ଅମୀର ଏବଂ କିରଣଙ୍କ ଏହି ଘୋଷଣା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟ ମଧ୍ୟରେ, ଦୁହିଁଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା । ବର୍ତ୍ତମାନ ଉଭୟ ସ୍ୱାମୀ-ସ୍ତ୍ରୀ ପରି ଏକାଠି ରହୁ ନାହାଁନ୍ତି ସତ, କିନ୍ତୁ ପିଲାମାନଙ୍କ ପାଇଁ ସେମାନଙ୍କର ଦାୟିତ୍ୱ କେବେ ବି ଶେଷ ହେବ ନାହିଁ । ଗତକାଲି ଅମୀର-କିରଣଙ୍କ ପୁଅ ଆଜାଦଙ୍କ ଜନ୍ମଦିନ ଥିଲା ଏବଂ ଦୁହେଁ ଏକାଠି ଜନ୍ମଦିନ ପାଳନ କରିଥିଲେ । ଆଜାଦଙ୍କ ଜନ୍ମଦିନର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଅମୀର ଏବଂ କିରଣ ଗତକାଲି ଆଜାଦଙ୍କ ୯ ତମ ଜନ୍ମଦିନ ପାଳନ କରିଥିଲେ ଏବଂ ଏହି ଅବସରରେ ସେମାନେ ଜଣାଶୁଣା ଲେଖକ ଶୋଭା ଦେଙ୍କୁ ମଧ୍ୟ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଶୋଭା ଏହି ଫଟୋଗୁଡିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ପ୍ରଶଂସକଙ୍କ ସହ ଏହି ଫଟୋଗୁଡିକ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ‘ଚମତ୍କାର ଏବଂ ଅଦ୍ଭୁଦ ସନ୍ଧ୍ୟା ସହିତ ଘର ଖାଦ୍ୟଟ୍ଟ।’ ଫଟୋ ସହିତ ଶୋଭା ଏକ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ଆଜାଦ ତାଙ୍କ ଜନ୍ମଦିନର କେକ୍ କାଟିଥିବାର ନଜର ଆସିଛନ୍ତି ।
ଫଟୋ ଏବଂ ଭିଡିଓରେ ଅମୀର ଖାନ ଏବଂ କିରଣଙ୍କୁ ଏକାଠି ଦେଖିବା ପରେ ଲୋକମାନେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ପ୍ରାର୍ଥନା କରୁଛନ୍ତି ଯେ ଆମୀର ଏବଂ କିରଣ ପୁଣି ଏକାଠି ହୋଇଯାନ୍ତୁ । ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ ପୁନର୍ବାର ଉଭୟଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଟ୍ରୋଲର୍ସ କହୁଛନ୍ତି ଯେ ଅମୀର ଏବଂ କିରଣ କେବଳ ଲାଇମଲାଇଟରେ ରହିବା ପାଇଁ ଏସବୁ କରୁଛନ୍ତି ।

Leave a Reply

%d bloggers like this: