ଆସନ୍ତା ୧୨ ଘଣ୍ଟାରେ ତାଣ୍ଡବ ରଚିବ ‘ଜୱାଦ’

Cyclone Jawad

ଆସନ୍ତା ୧୨ ଘଣ୍ଟାରେ ତାଣ୍ଡବ ରଚିବ ‘ଜୱାଦ’


ମେଟ୍ରୋ ଟିଭି ବ୍ୟୁରୋ, ୦୩/୧୨: ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ବାତ୍ୟା । ଆସନ୍ତା ୧୨ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ । ଶନିବାର ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଶୁକ୍ରବାରଠୁ ବର୍ଷା ହେବ । ଗୋପାଳପୁରରୁ ଦକ୍ଷିଣ ପୂର୍ବ ଦିଗରେ ୬୭୦କି.ମି. ଏବଂ ପାରାଦୀପରୁ ୭୬୦କି.ମି. ଦୂରରେ ରହିଛି । ୩୦ କି.ମି. ବେଗରେ ଏହା ଗତି କରୁଛି । ପବନର ବେଗ ୮୦ରୁ ୯୦ ରହିବା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି ।
ଆଇଏମଡି ଅକଳନ କରିଥିଲା ଯେ, ଶୁକ୍ରବାରଠାରୁ କ୍ରମଶଃ ପାଗ ବଦଳିବ । ଦକ୍ଷିଣ ଓଡ଼ିଶା ଉପକୂଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସର୍ବାଧିକ ପ୍ରଭାବ ପଡ଼ିବ ଶନିବାର । ସାରା ଉପକୂଳରେ ବର୍ଷା ହେବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏମିତିକି ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ଅଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବାଲେଶ୍ବର, ଭଦ୍ରକ, ଯାଜପୁର ଓ ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

Leave a Reply

%d bloggers like this: