ମିଡିଆ ସାମ୍ନାକୁ ଆସିଲେ ଆଥିଆ- କେ.ଏଲ ରାହୁଲ

ମିଡିଆ ସାମ୍ନାକୁ ଆସିଲେ ଆଥିଆ- କେ.ଏଲ ରାହୁଲ


ମେଟ୍ରୋ ଟିଭି ବ୍ୟୁରୋ, ୦୨/୧୨: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି । ଦୁହିଁଙ୍କ ସମ୍ପର୍କ ବିଷୟରେ କାହାକୁ ଅଛପା । ଯେଉଁଠି ଦେଖିବ ଦୁହିଁଙ୍କୁ ଏକାଠି ଥିବାର ସ୍ପଷ୍ଟ କରାଯାଉଛି । ଭାରତୀୟ କ୍ରିକେଟର ଦଳର କେ.ଏଲ୍ ରାହୁଲଙ୍କ ସହ କିଛି ନା କିଛି ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କେବଳ ଏତିକି ନୁହେଁ, ରାହୁଲ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି । ଏସବୁ ବ୍ୟତୀତ ଆଥିଆ ମଧ୍ୟ ରାହୁଲଙ୍କ ସହ ବିଦେଶ ଗସ୍ତରେ ଆଥିଆଙ୍କୁ ସାଙ୍ଗରେ ନେଇଥିଲେ । ଏହା ସହ ସୋସିଆଲ ମିଡିଆରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ଏବେ ଦୁହେଁ ନିଜ ସମ୍ପର୍କକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ପ୍ରସ୍ତୁତ ଅଛନ୍ତି । ନିକଟରେ ଆଥିଆଙ୍କ ଭାଇ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ପ୍ରିମିୟରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ଫଟୋଗ୍ରାଫରଙ୍କୁ ଦୁହେଁ ପୋଜ ମଧ୍ୟ ଦେଇଥିଲେ । ଏବଂ ଖୁଲମ୍‌ଖୁଲା ହୋଇ ହାତ ଧରିକି ବୁଲୁଛନ୍ତି ବି । ସେହି ଫିଲ୍ମର ପ୍ରିମିୟର୍‌ରେ ପୁରା ସେଟ୍ଟୀ ପରିବାର ମଧ୍ୟ ଉପସ୍ଥିତ ଥିଲା । ବିଶେଷ କଥା ହେଲା କେ.ଏଲ ରାହୁଲ ମଧ୍ୟ ପାରିବାରିକ ଫଟୋରେ ଆଥିଆଙ୍କ ସହ ପୋଜ ଦେଉଥିବାର ଦେଖିବାକୁ ମିଳିଥିଲା ।

Leave a Reply

%d bloggers like this: