ବିବାହ ପରେ ଇଣ୍ଡଷ୍ଟ୍ରି ଛାଡିବେ କି କ୍ୟାଟ୍ରିନା !

ବିବାହ ପରେ ଇଣ୍ଡଷ୍ଟ୍ରି ଛାଡିବେ କି କ୍ୟାଟ୍ରିନା !


ମେଟ୍ରୋ ଟିଭି ବ୍ୟୁରୋ, ୦୨/୧୨: ବଲିଉଡର ବାର୍ବୀ ଡଲ୍ କ୍ୟାଟ୍ରିନା କୈଫ୍ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ । ବିକି ଏବଂ କ୍ୟାଟ୍ରିନା ଡିସେମ୍ବର ୯ ରେ ସାତ ଫେରା ନେବାକୁ ଯାଉଛନ୍ତି । ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ସବୁଆଡେ ସାମ୍ନାକୁ ଆସୁଛି, କିନ୍ତୁ ଏନେଇ ଦୁହେଁ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଏପରିକି ଦୁହେଁ ଏପର୍ଯ୍ୟନ୍ତ ନିଜ ସମ୍ପର୍କର ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି କିନ୍ତୁ କୁହାଯାଉଛି ଯେ ଗତ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି ।
ଏହି ସମୟରେ, କ୍ୟାଟ୍ରିନାଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ ହେଉଛି ଯେଉଁଥିରେ ସେ ବିବାହକୁ ନେଇ ନିଜର ଭାବନା ସେୟାର କରିଛନ୍ତି । କ୍ୟାଟ୍ରିନା କହିଛନ୍ତି ଯଦି ସେ କେବେ ଅନୁଭବ କରନ୍ତି ଯେ ବିବାହକୁ ଗୁରୁତ୍ୱ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ, ତେବେ ସେ ଫିଲ୍ମ କରିବା ବନ୍ଦ କରିଦେବେ । ତେବେ ସେ ଏହା ମଧ୍ୟ କହିଛନ୍ତି ଯଦି ତାଙ୍କ ପାର୍ଟନର୍ କିମ୍ବା ତାଙ୍କ ପରିବାର ତାଙ୍କୁ କାମ କରିବାକୁ ଅଟକାନ୍ତି ସେ ଆଦୌ ଏହାକୁ ପସନ୍ଦ କରିବେନି । ଯେତେବେଳେ ସେ ହୃଦୟରୁ ଅନୁଭବ କରିବେ ସେତେବେଳେ ଏହା କରିବେ । କ୍ୟାଟ୍ରିନା ଆହୁରି କହିଛନ୍ତି, ସେ ବିବାହରେ ବହୁତ ବିଶ୍ୱାସ କରନ୍ତି । ସେ ପରିବାର ଏବଂ ଘରକୁ ଭଲ ପାଆନ୍ତି । ଯଦି ତାଙ୍କ ଜୀବନରେ ପ୍ରେମ ଆସେ ତେବେ ଏହାର ଅର୍ଥ ଭାଗ୍ୟରେ ଲେଖା ହୋଇଛି ।

Leave a Reply

%d bloggers like this: