କରୋନା ସଂକ୍ରମିତ ଅଭିନେତା ଅମିତ୍ ସାଧ

actor Amit Sadh tests positive for covid-19

କରୋନା ସଂକ୍ରମିତ ଅଭିନେତା ଅମିତ୍ ସାଧ


ମେଟ୍ରୋ ଟିଭି ବ୍ୟୁରୋ, ୦୨/୧୨: ମନୋରଞ୍ଜନ ଜଗତରୁ ପ୍ରତିଦିନ କେହି ନା କେହି କରୋନା ସଂକ୍ରମିତ ହେଉଛନ୍ତି। ଗତ ସପ୍ତାହରେ ଅଭିନେତା କମଲ ହାସନ କରୋନା ଭାଇରସର ଶିକାର ହୋଇଥିଲେ ଏବଂ ସେ ଏବେ ବି ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ବର୍ତ୍ତମାନ ବଲିଉଡ ଅଭିନେତା ଅମିତ ସାଧ କରୋନା ସଂକ୍ରମିତ ହୋଇଛନ୍ତି । ଅଭିନେତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ସୋସିଆଲ ମିଡିଆରେ ଅମିତ ଏହି ସୂଚନା ଦେଇଛନ୍ତି ।
ଅମିତ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଅନେକ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୋର କରୋନା ରିପୋର୍ଟ ପଜେଟିଭ୍ ଆସିଛି । ଲକ୍ଷଣଗୁଡ଼ିକ ବହୁତ କମ୍ ଅଛି କିନ୍ତୁ ମୁଁ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରୁଛି । ମୁଁ ନିଜକୁ ଆଇସୋଲେଟ୍ କରି ଘରେ କ୍ୱାରେଣ୍ଟାଇନରେ ରହୁଛି । ମୁଁ ଜାଣେ ମୁଁ ଶକ୍ତିଶାଳୀ ହୋଇ ବାହରିବି । ଆପଣ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟମାନଙ୍କର ଯତ୍ନ ନିଅନ୍ତୁ। ଲଭ୍ ୟୁ ଅଲ୍ …।’

Leave a Reply

%d bloggers like this: