୬୬ ବର୍ଷରେ ପାଦ ଥାପିଲେ ଉଦିତ୍ ନାରାୟଣ

Udir Narayan turns 66 today

୬୬ ବର୍ଷରେ ପାଦ ଥାପିଲେ ଉଦିତ୍ ନାରାୟଣ


ମେଟ୍ରୋ ଟିଭି ବ୍ୟୁରୋ, ୦୧/୧୨: ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ଆଜି ବି ବଲିଉଡରେ ତାଙ୍କ ଜଲୱା ରହିଛି । ଉଦିତ ନାରାୟଣ ଡିସେମ୍ବର ୧, ୧୯୫୫ ରେ ବିହାରର ସୁପାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବା ପୂର୍ବରୁ ଉଦିତ ୧୦ ବର୍ଷ ଧରି ବହୁ ସଂଘର୍ଷ କରିଥିଲେ। ଶେଷରେ ଗୋଟିଏ ଗୀତ ତାଙ୍କର ଭାଗ୍ୟ ବଦଳାଇ ଦେଲା ।
ଉଦିତ ନାରାୟଣ ୧୯୮୮ ରେ ଆମୀର ଖାନଙ୍କ ଫିଲ୍ମ ‘କୟାମତ ସେ କୟାମତ ତକ’ ର ଗୀତ ପାପା କେହେତେ ହେଁ ବେଟା ନାମ ଟ୍ଟ’ ଗାଇଥିଲେ, ଯାହା ପରେ ତାଙ୍କର କ୍ୟାରିୟର ବଦଳି ଗଲା । ଏହି ଗୀତ ତାଙ୍କୁ ଉଭୟ ସ୍ୱୀକୃତି ଏବଂ ଲୋକପ୍ରିୟତା ଆଣିଦେଲା । ଏହି ଗୀତ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଥିଲେ ଏବଂ ଏହା ପରେ ସେ ଗୀତ ପାଇଁ ଅଫର ପାଇବାକୁ ଲାଗିଲେ। ଏହା ପରେ ଉଦିତ ନାରାୟଣ ଅନେକ ବଲିଉଡ ଗୀତରେ ନିଜର ସ୍ୱର ଦେଇଥିଲେ । ଉଦିତ ନାରାୟଣଙ୍କୁ ଚାରିଥର ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଉଦିତ ହିନ୍ଦୀ ସମେତ ତାମିଲ, ତେଲୁଗୁ, ମାଲାୟାଲମ୍, ଓଡିଆ, ନେପାଳୀ, ଭୋଜପୁରୀ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇଛନ୍ତି । ସେ ନେପାଳୀ ଫିଲ୍ମରେ ମଧ୍ୟ ଅନେକ ହିଟ୍ ଗୀତ ଗାଇଛନ୍ତି।
ଉଦିତ ନାରାୟଣଙ୍କ ଗାୟକ କ୍ୟାରିୟର ଯେତେ ଚମତ୍କାର ଥିଲା, ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ବିବାଦୀୟ ଥିଲା। ସେ ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀ ରଂଜନ ନାରାୟଣ ଏବଂ ଦ୍ୱିତୀୟ ପତ୍ନୀ ଦୀପା ନାରାୟଣ। ଉଦିତ ତାଙ୍କର ପ୍ରଥମ ବିବାହକୁ ଅସ୍ୱୀକାର କରିଥିଲେ, ଯାହା ପରେ ତାଙ୍କ ପତ୍ନୀଙ୍କୁ ଆଇନଗତ ପଦ୍ଧତି ଅବଲମ୍ବନ କରିବାକୁ ପଡିଥିଲା । ଉଦିତ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ ଦୀପାଙ୍କର ଏକ ପୁଅ ଆଦିତ୍ୟ ନାରାୟଣ ଅଛନ୍ତି ।

Leave a Reply

%d bloggers like this: