ଲୋକସଭା ଭବନକୁ ପୂରିଲା ୬୦ ବର୍ଷ

60 years of Lokaseva Bhawan

ଲୋକସଭା ଭବନକୁ ପୂରିଲା ୬୦ ବର୍ଷ

ର୍ମେଟ୍ରୋ ଟିଭି ବ୍ୟୁରୋ, ୦୧/୧୨: ଲୋକସେବା ଭବନର ୬୦ବର୍ଷ ପୂର୍ତି ଉପଲକ୍ଷେ ରଚିତ ପୁସ୍ତକ ‘ହୋୟାର ପିପୁଲ ମ୍ୟାଟର- ସିକ୍ସ୍‌ଟି ଇୟର୍ସ ଅଫ୍ ଲୋକସେବା ଭବନ’ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁସ୍ତକ ପ୍ରକାଶନ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ତର ପିଢ଼ି ପାଇଁ ଡକ୍ୟୁମେଣ୍ଟେସନ୍ ଉପରେ ଗୁରୁତ୍ବାରୋପ କରିଥିଲେ । ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଓଏମ୍‌ସିର ପରିଚାଳନା ନିର୍ଦେଶକ ବଲୱନ୍ତ ସିଂ ଉପସ୍ଥିତ ଥିଲେ । ୧୯୫୯ ମସିହାରେ ଲୋକସେବା ଭବନ ଉଦ୍‌ଘାଟିତ ହୋଇଥିଲା ।
ପୁସ୍ତକରେ ଲୋକସେବା ଭବନରେ ଉପଲବ୍ଧ ହେଉଥିବା ସେବା ଓ ବ୍ୟବସ୍ଥାର ଫଟୋଚିତ୍ର, ସ୍ଥାପତ୍ୟ, ବଗିଚା, ଇତିହାସ ପ୍ରଭୃତି ସ୍ଥାନ ପାଇଛି । ଏହି ପୁସ୍ତକ ଜରିଆରେ ଓଡ଼ିଶା ସହିତ ଭୁବନେଶ୍ବରର ଇତିହାସ ସଂପର୍କରେ ଲୋକମାନଙ୍କୁ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି । ପୁସ୍ତକର ଅନ୍ୟ ଉଲ୍ଲେଖନୀୟ ବିଶେଷତ୍ବ ହେଉଛି ଏଥିରେ ବ୍ୟବହୃତ କାଗଜ ପାଇଁ ପ୍ରାକୃତିକ ଜଙ୍ଗଲରେ ଯେପରି କୌଣସି କ୍ଷତି ନ ହେବ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ଜର୍ମାନିସ୍ଥିତ ଫରେଷ୍ଟ ଷ୍ଟେୱାର୍ଡସିପ୍ କାଉନ୍‌ସିଲ ବା ଏଫ୍‌ଏସ୍‌ସି ପକ୍ଷରୁ ପୁସ୍ତକରେ ବ୍ୟବହୃତ କାଗଜର ସାର୍ଟିଫିକେସନ୍ କରିଛନ୍ତି । ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ସହାୟତାରେ ଭାରତୀୟ ପବ୍ଲିକ୍ ରିଲେସନ ସୋସାଇଟି(ପିଆରଏସ୍‌ଆଇ) ଦ୍ବାରା ଏହା ପ୍ରକାଶିତ ହୋଇଛି । ପିଆରଏସ୍‌ଆଇର ଅଧ୍ୟକ୍ଷ ଅମରଜ୍ୟୋତି ମହାପାତ୍ର ଏହାର ରଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଲୋକସଂପର୍କ ଅଧିକାରୀ ସୁକାନ୍ତ କୁମାର ପଣ୍ଡା ଏହାର ସଂପାଦନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିଆରଏସ୍‌ଆଇ ଭୁବନେଶ୍ବର ଚାପ୍ଟରର ସଂପାଦକ ସଂଜୟ କୁମାର ସାହୁ, କ୍ରିଏଟିଭ୍ ଡିଜାଇନର ଜ୍ୟୋତିରଂଜନ ସ୍ବାଇଁ ଓ ଫଟୋଗ୍ରାଫର ଆଶିଷ ଧୀର ଏଥିରେ ସାମିଲ ଅଛନ୍ତି ।

Leave a Reply

%d bloggers like this: