ମହଙ୍ଗା ପଡିଲା ଅଭଦ୍ରାମୀ, ଉଡନ୍ତା ବିମାନରୁ ଯାତ୍ରୀଙ୍କୁ ତଡିଦେଲେ କତ୍ତୃପକ୍ଷ

Unruly passenger offloaded from plane in Guwahati

ମହଙ୍ଗା ପଡିଲା ଅଭଦ୍ରାମୀ, ଉଡନ୍ତା ବିମାନରୁ ଯାତ୍ରୀଙ୍କୁ ତଡିଦେଲେ କତ୍ତୃପକ୍ଷ


ମେଟ୍ରୋ ଟିଭି ବ୍ୟୁରୋ, ୦୧/୧୨: ଉଡ଼ନ୍ତା ବିମାନରେ ଜଣେ ଯାତ୍ରୀ ଏମିତି ଅଭଦ୍ରାମୀ କଲେ ଯେ ଉଡ଼ାଜାହାଜକୁ ଜରୁରୀକାଳୀନ ଲ୍ୟାଣ୍ଡ କରାଇଲେ ପାଇଲଟ୍ । ଯାତ୍ରୀଙ୍କ ବ୍ୟବହାର ଅତିଷ୍ଠ ହେବାରୁ ତାଙ୍କୁ ତଡ଼ିବା ପାଇଁ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଏଭଳି ଘଟଣା ଘଟିଛି ଗୌହାଟୀରୁ ନୂଆ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ବିମାନରେ । ଏୟାର ଲାଇନ୍ସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଏ ଅବସରରେ ଏୟାର ଲାଇନ୍ସ ତରଫରୁ ବିଳମ୍ବ ଯୋଗୁ ସମସ୍ତ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି ।
ରିପୋର୍ଟ ମୁତାବକ, ଶୁକ୍ରବାର ସକାଳେ ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ବିମାନ ଝଏ ୮୧୬୯ ରେ ଜଣେ ଯାତ୍ରୀ ଅଦ୍ଭୁତ ବ୍ୟବହାର କରିବା ଆରମ୍ଭ କରିଥିଲେ । ବିମାନ ପରିଚାରିକା ତାଙ୍କୁ ଯେତେ ବୁଝାଇଥିଲେ ମଧ୍ୟ ସେ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ । ବ୍ୟକ୍ତି ଜଣକ ନିଜ ସିଟ୍‌ରେ ନ ବସି ବାରମ୍ବାର ଅନ୍ୟ ଯାତ୍ରୀଙ୍କ ପାଖକୁ ଯାଇ ତାଙ୍କୁ ହଇରାଣ କରୁଥିଲେ । ତାଗିଦ୍ କଲା ପରେ ତାଙ୍କ ଉଦ୍ଧତାମୀ ଅଧିକ ବଢ଼ିଯାଇଥିଲା । ଫଳରେ ବାଧ୍ୟ ହୋଇ ପାଇଲଟ୍ ବିମାନକୁ ଜରୁରୀ ଅବତରଣ କରିଥିଲେ । ଅବତରଣ ପରେ ଉକ୍ତ ବ୍ୟକ୍ତିଙ୍କୁ ସିଆଇଏସ୍‌ଏଫ୍ କର୍ମୀଙ୍କୁ ହସ୍ତାନ୍ତର କରାଯାଇଛି ।

Leave a Reply

%d bloggers like this: