ବିବାହ କଲେ ଶାଲମାଲି ଖୋଲଗାଡେ
ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

Singer Shalmali kholgade gets married to gets married to her boyfriend Farhan Shaikh

ବିବାହ କଲେ ଶାଲମାଲି ଖୋଲଗାଡେ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ


ମେଟ୍ରୋ ଟିଭି ବ୍ୟୁରୋ, ୦୧/୧୨: ବଲିଉଡରେ ଏବେ ବିବାହର ସିଜିନ୍ ଚାଲିଛି । ରାଜକୁମ।।ର ଏବଂ ପତ୍ରଲେଖାଙ୍କ ପରେ ବର୍ତ୍ତମାନ ଭିକ୍କି ଏବଂ କ୍ୟାଟ୍ ତାଙ୍କ ବିବାହ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଇତି ମଧ୍ୟରେ ବଲିଉଡର ପ୍ରସିଦ୍ଧ ଗାୟିକା ଶାଲମାଲି ଖୋଲଗାଡେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଶୁଣିବାକୁ ମିଳୁଛି । ନିଜ ଦୀର୍ଘ ଦିନର ବନ୍ଧୁ ଫାରହାନ ଶେଖଙ୍କ ସହ ବିବାହ କରିଛନ୍ତି ଶାଲମାଲି । ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏ ନେଇ ସୂଚନା ଦେବା ସହ ଫଟୋ ପୋଷ୍ଟ କରିଛନ୍ତି । ଏହି ବିବାହ ନଭେମ୍ବର ୨୨ତାରିଖରେ ସମ୍ପନ୍ନ ହୋଇଥିଲା ।
ଏହି ସମୟରେ ଶାଲମାଲି ଏକ କମଳା ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ସ୍ୱାମୀ ଫାରହାନ ବି ମ୍ୟାଚିଙ୍ଗ ଅରେଞ୍ଜ କଲରର କୁର୍ତ୍ତା ପିନ୍ଧିଥିଲେ । ଏହି ସମୟରେ ଶାଲମାଲି ଓ ଫାରହାନଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ ହିଁ ଯୋଗ ଦେଇଥିଲେ । ବିବାହ ସମୟର ଏକ ଫଟୋ ଇନ୍ଷ୍ଟଗ୍ରାମରେ ସେୟାର କରି ଏହାର କ୍ୟାପ୍ସନରେ ଲେଖିଥିଲେ-” ୨୦୨୧ ମସିହାର ନଭେମ୍ବର ୨୨ ତାରିଖ ମୋ ଜୀବନର ସବୁଠାରୁ ଗୁତ୍ବପୁର୍ଣ୍ଣ ଦିନ । ଏହି ଦିନ ମୁଁ ମୋର ମନର ମଣିଷ ଫାରହାଁନ ଶେଖଙ୍କ ସହ ଯୋଡି ହୋଇଯାଇଛି । ଆମେ ଯେଉଁଭଳି ଭାବରେ ଭାବିଥିଲୁ ଠିକ ସେହିପରି ଷ୍ଟାଇଲରେ ହିଁ ବିବାହ କରିଛୁ । ଆମ ଘରର ଲିଭିଂଗ ରୁମ କିମ୍ବା ବୈଠକ ଘରେ ଦୁହିଁଙ୍କ ପିତାମାତା ଓ ଭାଇଭଉଣୀଙ୍କ ଉପସ୍ଥିତିରେ ହିଁ ଖୁବ ସାଧାସିଧା ତରିକାରେ ବିବାହ କାର‌୍ୟ୍ୟ ଶେଷ ହୋଇଛି ।
ଅନ୍ୟପକ୍ଷରେ ଶାଲମାଲି ଙ୍କ ଏହି ସବୁ ପୋଷ୍ଟରେ ସେଲିବ୍ରିଟି ମାନେ ଯେମିତିକି ଗୌହର ଖାନ, ଶିଳ୍ପା ରାଓ, ସଲିମ ମରଚାଣ୍ଟ, ବିଶାଳ ଦାଦଲାନିଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି । ନିଜ କ୍ୟାରିୟର ଭିତରେ ସେ ବଲିଉଡକୁ ଅନେକ ହିଟ ସଙ୍ଗ ଦେଇଛନ୍ତି ।

Leave a Reply

%d bloggers like this: