ଫିଲ୍ମ ’83’ ର ଟ୍ରେଲର୍ ରିଲିଜ୍, ମୁଖ୍ୟ ଭୁମିକାରେ ନଜର ଆସିବେ ରଣବୀର

Ranveer Singh starrer 83's trailor out

ଫିଲ୍ମ '83' ର ଟ୍ରେଲର୍ ରିଲିଜ୍, ମୁଖ୍ୟ ଭୁମିକାରେ ନଜର ଆସିବେ ରଣବୀର


ମେଟ୍ରୋ ଟିଭି ବ୍ୟୁରୋ, ୦୧/୧୨: ବଲିଉଡର ବହୁ ପ୍ରତୀକ୍ଷିତ ଚଳଚିତ୍ର ’83’ ର ଟ୍ରେଲର ରିଲିଜ୍ ହୋଇଯାଇଛି । ବଲିଉଡ ଏବଂ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ୧୯୮୩ ବିଶ୍ୱକପରେ ଭାରତର ବିଜୟ ହେବା ଉପରେ ଆଧାର କରି ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି । ଫିଲ୍ମର ଟ୍ରେଲର୍ ଖୁବ୍ ଦମଦାର୍ ହୋଇଛି ବୋଲି ଜଣାପଡିଛି । ପୂର୍ବତନ ଭାରତୀୟ ଅଧିନାୟକ କପିଲ୍ ଦେବ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫିଲ୍ମର ଟ୍ରେଲର ସେୟାର କରୁଥିବାବେଳେ ଗର୍ବର ସହିତ ଏହି ଫିଲ୍ମକୁ ‘ତାଙ୍କ ଦଳର କାହାଣୀ’ ବୋଲି ଘୋଷଣା କରିଛନ୍ତି।
ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିବା ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିଛନ୍ତି ରଣବୀର ସିଂ। ଏହି ଫିଲ୍ମରେ ରଣବୀର ଏକଦମ୍ କପିଲ ଦେବଙ୍କ ପରି ଦେଖା ଯାଉଛନ୍ତି । ଏହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଫିଲ୍ମରେ କପିଲ ଦେବଙ୍କ ପତ୍ନୀଙ୍କ ଭୁମିକାରେ ଦେଖିବାକୁ ମିଳିବେ ଦୀପିକା ପାଦୁକୋନ୍‌ଙ୍କୁ । ଦେଖିଲେ ଲାଗୁଛି ଦୁହେଁ ଖୁବ୍ ଆକର୍ଷଣୀୟ ଓ ଚମତ୍କାର ଅଭିନୟ କରିଛନ୍ତି ।
ଫିଲ୍ମର ଟ୍ରେଲର୍ କଥା କହିଲେ, ଆପଣ ମାନେ ଏହି ଟ୍ରେଲର୍ ମାଧ୍ୟମରେ ସେହି ଐତିହାସିକ ମୁହୂର୍ତ୍ତକୁ ଚାଲିଯିବେ ଯେଉଁ ସମୟରେ କ୍ରିକେଟ୍ ଇତିହାସରେ ଭାରତ ପ୍ରଥମ ବିଶ୍ୱକପ୍ ଜିତିଥିଲା । ଏଥିରେ ଆପଣମାନଙ୍କୁ ହାର୍ ଜିତ୍ ସବୁକିଛିର ମଜା ନିଶ୍ଚିତ ଭାବରେ ଆସିବ । ଏହି ଟ୍ରେଲରକୁ ଦେଖିଲା ପରେ ଫ୍ୟାନ୍ସଙ୍କ ତରଫରୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳିବାରେ ଲାଗିଛି ।

Leave a Reply

%d bloggers like this: