ସ୍ୱାମୀଙ୍କ ସହ ଜନ୍ମଦିନ ପାଳିଲେ ୟାମୀ

yami Gautam celebrated her 33rf birthday with husband

ସ୍ୱାମୀଙ୍କ ସହ ଜନ୍ମଦିନ ପାଳିଲେ ୟାମୀ


ମେଟ୍ରୋ ଟିଭି ବ୍ୟୁରୋ, ୩୦/୧୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ୟାମି ଗୌତମ ଜଣେ । ୟାମି ଗୌତମଙ୍କ ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମ ଦିନ । ୟାମି ୨୮ ନଭେମ୍ବରରେ ତାଙ୍କର ୩୩ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ବର୍ଷର ଜନ୍ମଦିନ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଏହି ଅବସରରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ନେଇ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଏକ ଫଟୋ ସେୟାର କରିଛନ୍ତି । ୟାମି ତାଙ୍କ ଇନ-ଲଜ୍ ସହିତ ଜନ୍ମଦିନ ପାଳନ କରିଥିଲେ । ୟାମି ପୋଷ୍ଟ ସହିତ ଏକ ଲମ୍ବା ନୋଟ୍ ଲେଖି ଏକ ଭିଡିଓ ସେୟାର କରିଛନ୍ତି ।
ବାସ୍ତବରେ, ୟାମି ଗୌତମ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଏବଂ ଦୁଇଟି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ୟାମି ତାଙ୍କ ପରିବାର ମଧ୍ୟରେ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳୁଛି । ତାଙ୍କ ପରିବାର ସଦସ୍ୟ ସହ କେକ୍ କାଟୁଛନ୍ତି । ଏହି ସମୟରେ ଅଭିନେତ୍ରୀ ବହୁତ ସରଳ ଓ ସିମ୍ପଲ୍ ଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ୟାମିଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ବହୁତ ପ୍ରେମ ବର୍ଷା କରୁଛନ୍ତି ।
ୟାମି ଗୌତମ ଏହି ପୋଷ୍ଟ ସହିତ ଏକ ଲମ୍ବା କ୍ୟାପସନ୍ ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ଜନ୍ମଦିନ ଅତ୍ୟନ୍ତ ସ୍ମରଣୀୟ ଓ ସ୍ବତନ୍ତ୍ର ଅଟେ । ୟାମି ଲେଖିଛନ୍ତି, ୨୮.୧୧.୨୦୨୧ ମୋ ପାଇଁ ଏକ ବିଶେଷ ଦିନ ହୋଇଛି, ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି । ମୋର ସୁନ୍ଦର ପରିବାର ଏବଂ ବିଶେଷକରି ମୋ ସ୍ୱାମୀଙ୍କୁ ଧନ୍ୟବାଦ ।

Leave a Reply

%d bloggers like this: