ବିଶ୍ୱର ସବୁଠୁ ମହଙ୍ଗା ମେଣ୍ଢା , ବିକ୍ରି ହେଲା ୧୫.୬ଲକ୍ଷ ଟଙ୍କା

World's most expensive sheep

ବିଶ୍ୱର ସବୁଠୁ ମହଙ୍ଗା ମେଣ୍ଢା , ବିକ୍ରି ହେଲା ୧୫.୬ଲକ୍ଷ ଟଙ୍କା


ମେଟ୍ରୋ ଟିଭି ବ୍ୟୁରୋ ,୩୦/୧୧: ବିଶ୍ୱର ସବୁଠାରୁ ମହଙ୍ଗା ମେଣ୍ଢା । ଅଷ୍ଟ୍ରେଲିଆର ମରାକେଶ ନାମକ ଏହି ମେଣ୍ଢା ୨୧ ହଜାର ଡଲାର ଅର୍ଥାତ ୧୫.୬ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଯାହା ବିଶ୍ୱର ନୂଆ ରେକର୍ଡ ସ୍ଥାପନ କରିଛି । କୋବାର୍ ସ୍ଥିତ ୱେଷ୍ଟର୍ନ ନ୍ୟୁ ସାଉଥ୍ ୱେଲ୍‌ସ ସହରରେ ବିକ୍ରି ହୋଇଛି । ଏହାକୁ କିଣିଛନ୍ତି ଆଣ୍ଡ୍ରୁ ମୋସ୍‌ଲି । ମୋସ୍‌ଲି ଗତ ବର୍ଷ ୯ହଜାର ଡଲାର ମୂଲ୍ୟରେ ଆଉ ଏକ ମେଣ୍ଢା କିଣି ସବୁଠୁ ମହଙ୍ଗା ମେଣ୍ଢା ମାଲିକ ପାଲଟିଥିଲେ ।
ମେଣ୍ଢା ପାଳିବା ତାଙ୍କର ଏକ ବଡ ସଉକ । ୱାଇଲ୍‌ଡ ହାର୍‌ଭେଷ୍ଟ ପ୍ରଜାତିର ମେଣ୍ଢା ଏବେ ଲୁପ୍ତପ୍ରାୟ । ଏମାନଙ୍କର ସଂଖ୍ୟା ବଢିବାର ସମ୍ଭାବନା ବି ନାହିଁ । ସେଥିପାଇଁ ଏହି ପ୍ରଜାତିର ମୂଲ୍ୟ ବହୁତ ଅଧିକ ହୋଇଛି ବାଲି ମୋସ୍‌ଲି କହିଛନ୍ତି ।

Leave a Reply

%d bloggers like this: