ବିବାହ ବନ୍ଧନରେ ବାନ୍ଧି ହେବେ ମୋନି,
ସମ୍ନାକୁ ଆସିଲା ତାରିଖ ଓ ସ୍ଥାନ

Mouni Roy to tie the knot with boyfriend Suraj

ବିବାହ ବନ୍ଧନରେ ବାନ୍ଧି ହେବେ ମୋନି, ସମ୍ନାକୁ ଆସିଲା ତାରିଖ ଓ ସ୍ଥାନ


ମେଟ୍ରୋ ଟିଭି ବ୍ୟୁରୋ,୩୦/୧୧: ଫିଲ୍ମ ଜଗତରେ ଏବେ ବିବାହ ଋତୁ ଚାଲିଛି । ଅଭିନେତା ରାଜକୁମାର ଓ ପତ୍ରଲେଖା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେହିପରି କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲଙ୍କ ବିବାହ ଖବର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି । ଟିଭି ଅଭିନେତ୍ରୀ ଶ୍ରଦ୍ଧା ଆର‌୍ୟ୍ୟା ମଧ୍ୟ ହାତକୁ ଦି ହାତ ହୋଇଛନ୍ତି । ତେବେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଏହି ତାଲିକାରେ ଯୋଡ଼ି ହୋଇଛି।
ଉଭୟ ଛୋଟ ଓ ବଡ଼ ପରଦାର ଚର୍ଚ୍ଚିତ ଚେହେରା ମୋନି ରୟ ମଧ୍ୟ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଟିଭିର ନାଗିନ ଏବେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ମୋନିଙ୍କ ବିବାହ ତାରିଖ ବି ନିକଟରେ ସାମ୍ନାକୁ ଆସିଛି । ମୋନି ରୟ ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ୍ ସୁରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ରିପୋର୍ଟ ମୁତାବକ, ମୋନି ୨୭ ଜାନୁଆରୀ ଦିନ ସୁରଜଙ୍କୁ ବିବାହ କରିବେ। ମୋନିଙ୍କର ଜଣେ ଭଉଣୀ ଏକ ଇଣ୍ଟରଭ୍ୟୁରେ ଏହି ବିବାହ ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି, ମୋନିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତାଙ୍କ ବିବାହ ଦୁବାଇ କିମ୍ବା ଇଟାଲୀରେ ହେବ। କିନ୍ତୁ ରିସେପ୍‌ସନ୍ ହୋମ୍ ଟାଉନ୍‌ରେ ହେବ।
ସୂଚନାଯୋଗ୍ୟ ଯେ ବିବାହ ନେଇ ଏବେ ଯାଏଁ ମୋନି ରୟ ମୁହଁ ଖୋଲି ନାହାନ୍ତି । ମୋନି ଓ ସୁରଜ ଦୀର୍ଘ ଦିନ ହେଲା ରିଲେସନ୍‌ସିପ୍‌ରେ ଅଛନ୍ତି। ସୁରଜ ପେସାରେ ଜଣେ ବ୍ୟାଙ୍କର, ସେ ଦୁବାଇରେ ରୁହନ୍ତି। ମୋନିଙ୍କ ଫ୍ୟାନ୍‌ମାନେ ଏହି ବିବାହକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।

Leave a Reply

%d bloggers like this: