ବଲିଉଡ୍‌ରେ ଏଣ୍ଟ୍ରି କରିବେ ସୁନିଲ୍‌ଙ୍କ ପୁଅ ଆହାନ୍‌, ଫିଲ୍ମ ‘ତଡପ୍‌’ ରେ କରିବେ ଡେବ୍ୟୁ

Sunil Shetty's son Ahan Shetty's debut movie 'TADAP'

ବଲିଉଡ୍‌ରେ ଏଣ୍ଟ୍ରି କରିବେ ସୁନିଲ୍‌ଙ୍କ ପୁଅ ଆହାନ୍‌, ଫିଲ୍ମ ‘ତଡପ୍‌’ ରେ କରିବେ ଡେବ୍ୟୁ


ମେଟ୍ରୋ ଟିଭି ବ୍ୟୁରୋ, ୩୦/୧୧: ୯୦ ଦଶକର ସୁପର ହିଟ ହିରୋ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ “ତଡପ” ରିଲିଜ ହେବା ଅପେକ୍ଷାରେ । ସାଉଥ ସୁପରହିଟ ଫିଲ୍ମ “ଜଢ ୧୦୦″ର ଏହା ରିମେକ ବୋଲି କୁହାଯାଉଛି । ଫିଲ୍ମରେ ଆହାନଙ୍କ ବିପକ୍ଷରେ ଲିଡ଼ ରୋଲରେ ନଜର ଆସିବେ ତାରା ସୁତାରୀଆ । ଫିଲ୍ମର ଗୀତ ଗୁଡିକ ଯେମିତିକି ତୁମସେ ଭି ଜାଖି, ତେରେ ସିଵା ଜଗ ମେଁ, ତୁ ଜୋ ମେରା ହୋ ଗୟା ହେ, ହୋଏ ଇସ୍କ ନା ଆଗରୁ ରିଲିଜ ହୋଇସାରିଲାଣି । ଏଇ କିଛି ଦିନ ତଳେ ଫିଲ୍ମର ନୂଆ ଟ୍ରେଲର ଏଇ ନିକଟରେ ହିଁ ରିଲିଜ ହୋଇଥିବା ଜଣାଯାଇଛି । ଦର୍ଶକ ମାନେ ଆହନଙ୍କ ଆକ୍ସନ ତଥା ୟୁନିକ ଷ୍ଟାଇଲର ଭରପୁର ମଜା ନେବେ ବୋଲି ଆଶା କରାଯାଉଛି । ପରଦାକୁ ଆସିଥିବା ଆହ୍ୱାନ ଓ ତାରାଙ୍କ ଅଭିନୀତ ଏହି ଫିଲ୍ମରେ ଭରପୁର ରିଅଲ ଆକ୍ସନ ଗୁଡିକୁ ଦେଖାଯାଇଛି । ଆଉ ସବୁଠୁ ବଡ କଥା ହେଉଛି ଏଗୁଡ଼ିକୁ ଆହ୍ୱାନ ନିଜେ ହିଁ ସୁଟିଙ୍ଗ କରିଛନ୍ତି । ଏମିତିରେ ରଜତ ଆରୋରା ତାଙ୍କ ମଜାଳିଆ ଡ଼ାଇଲଗ ପାଇଁ ଜଣାଯାଆନ୍ତି । ଫ୍ୟାନ୍ସ ମାନେ ଏହି ଡ଼ାଇଲଗ ଗୁଡିକର ବି ଖୁବ ମଜା ନେବେ ବୋଲି ଆଶା କରାଯାଉଛି ।
ଯେମିତିକି ଆମେ ପୂର୍ବରୁ କହିରଖିଛୁ ଏଥିରେ ତାରା ଓ ଆହାନ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଏହାକୁ ଉପସ୍ଥାପନା ଓ ସହ ପ୍ରଯୋଜନା ଫକ୍ସ ଷ୍ଟାର ସ୍ଟୁଡ଼ିଓ ପକ୍ଷରୁ କରାଯାଇଛି । ଯେବେକି ଏହାର ପୁରା ପ୍ରଯୋଜନା ସାଯିଦ ନଦିଆବାଲା କରିଛନ୍ତି । ଏହାର ସ୍କ୍ରିପ୍ଟ ରଜତ ଅରୋରା ଲେଖିଥିବା ବେଳେ ନିର୍ଦ୍ଦେଶନା ମିଲନ ଲୁଠରିଆ ଦେଇଛନ୍ତି । ଦେଶର ସମସ୍ତ ପ୍ରେକ୍ଷାଳୟରେ ଆସନ୍ତା ୩ ତାରିଖ ଦିନ “ତଡପ” ପରଦା ଉପରକୁ ଆସିବ ।

Leave a Reply

%d bloggers like this: