ଗାନ୍ଧୀ ରାସ୍ତାରେ ସଲମାନ୍‌, ସାବରମତୀରେ କାଟିଲେ ସୂତା

Salman Khan tries his hand at 'charkha' in Sabarmati Ashram

ଗାନ୍ଧୀ ରାସ୍ତାରେ ସଲମାନ୍‌, ସାବରମତୀରେ କାଟିଲେ ସୂତା


ମେଟ୍ରୋ ଟିଭି ବ୍ୟୁରୋ,୩୦/୧୧: ବଲିଉଡ ର ଦବଙ୍ଗ ଖାନ୍ ଭାବେ ସଲମାନ ବେଶ୍ ପରିଚିତ । ତାଙ୍କ ମୁଭିରେ ତାଙ୍କୁ ଆକ୍ସନ୍ ମୁଡ୍ ରେ ଦେଖି ଦର୍ଶକ ମୁଗ୍ଧ ହୋଇଥାନ୍ତି । ଆଗାମୀ ଚଳଚିତ୍ରର ପମୋସନ୍ ପାଇଁ ସେ ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ସୂତା କାଟୁଥିବାର ନଜର ଆସିଛନ୍ତି । ତାଙ୍କର ଆଗାମୀ ଚଳଚିତ୍ର ‘ଅନ୍ତିମ ଦ ଫାଇନାଲ୍ ଟ୍ରୁଥ୍’ ରିଲିଜ୍ ହୋଇସାରିଛି । ସିନେମା ହଲରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଫିଲ୍ମ ଏପର‌୍ୟ୍ୟନ୍ତ ବକ୍ସ ଅଫିସରେ ଭଲ ଆୟ କରିନାହିଁ । ଏସବୁ ସତ୍ତ୍ୱେ ‘ଅନ୍ତିମ’ ଫିଲ୍ମର ପ୍ରମୋସନ ପାଇଁ ଏବେ ଲାଗିପଡିଛନ୍ତି ସଲମାନ ଖାନ । ଆଉ ଖାସ୍ ଏଥିପାଇଁ ଭାଇଜାନ ଗୁଜରାଟରେ ଫିଲ୍ମର ପ୍ରମୋସନ ପାଇଁ ସାବରମତୀ ଆଶ୍ରମରେ ପହଞ୍ଚିଥିଲେ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି ।
ଏହି ଫଟୋରେ ସେ ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ସୂତା କାଟୁଥିବାର ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ବଲିଉଡ୍ ଭାଇଜାନ୍ ସଲମାନ୍ ଅରଟ ଧରି ସୂତା କାଟୁଥିବା ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ, ଏହି ସମୟରେ ତାଙ୍କ ସହିତ କିଛି ଫ୍ୟାନ୍ସ ମଧ୍ୟ ନଜର ଆସିଛନ୍ତି । ଆଶ୍ରମକୁ ଗଲାବେଳେ ସଲମାନଙ୍କ ସହିତ ତାଙ୍କ ବଡିଗାର୍ଡ ଶେରା ମଧ୍ୟ ଯାଇଥିଲେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସଲମାନ ଖାନ୍ ବିଭିନ୍ନ ରିଆଲିଟି ସୋରେ ମଧ୍ୟ ‘ଅନ୍ତିମ’ର ପ୍ରମୋସନ କରିସାରିଛନ୍ତି । ଏବେ ସେ ଦେଶର ବିଭିନ୍ନ ସହର ବୁଲି ଫିଲ୍ମର ପ୍ରମୋସନ କରୁଛନ୍ତି । ଏପର‌୍ୟ୍ୟନ୍ତ ଫିଲ୍ମ ଭଲ ଆୟ କରିନାହିଁ । ଗତ ଦୁଇ ଦିନ ଭିତରେ ଅନ୍ତିମ ବକ୍ସ ଅଫିସରେ ମାତ୍ର ୧୦ କୋଟି ଟଙ୍କା ରୋଜଗାର କରିପାରିଛି ।

Leave a Reply

%d bloggers like this: