ଏଠି ପ୍ରେମିକା ମିଳିବା ବହୁ ସହଜ
ଗୋଟିଏ ପ୍ରେମିକ କୁ ୩ ପ୍ରେମିକା

Easy to find girlfriend. One boyfriend has three girlfriend

ଏଠି ପ୍ରେମିକା ମିଳିବା ବହୁ ସହଜ ଗୋଟିଏ ପ୍ରେମିକ କୁ ୩ ପ୍ରେମିକା


ମେଟ୍ରୋ ଟିଭି ବ୍ୟୁରୋ, ୨୯/୧୧; କୁହାଯାଏ ପ୍ରେମ ଶାଶ୍ୱତ ଓ ଚୀରନ୍ତନ ସତ୍ୟ। ପ୍ରେମ ପାଇଁ ଯାଇଛି ଅନେକ ଜୀବନ। କିନ୍ତୁ ଆଜିର ସମାଜରେ ପ୍ରେମ ହୋଇଛି ଦିଗହରା। ଏ ଦୁନିଆରେ ଏମିତି ବି ଜାଗା ଅଛି, ଯେଉଁଠି ଜଣେ ପୁରୁଷ ୩ଟି ଲେଖାଏଁ ପ୍ରେମିକା ଧରି ବୁଲୁଛି। ଚାଇନାରେ ଏପରି ଏକ ସହର ଅଛି ଯେଉଁଠାରେ କୌଣସି ବ୍ୟକ୍ତି ଅବିବାହିତ ରୁହନ୍ତି ନାହିଁ ।ଏଠାରେ ପୁରୁଷମାନଙ୍କର ଗୋଟିଏ ନୁହେଁ, ତିନି ତିନୋଟି ପ୍ରେମିକା ଥାଏ । ଆମେ ଚାଇନାର ଡୋଙ୍ଗଗୁଆନ୍ ସହର ବିଷୟରେ କହୁଛୁ। ଗୁଆଙ୍ଗଡୋଙ୍ଗ ପ୍ରଦେଶର ଏହି ସହରରେ ରହୁଥିବା ପ୍ରାୟ ସମସ୍ତଙ୍କର ଏକରୁ ଅଧିକ ପ୍ରେମିକା ଅଛନ୍ତି। ଅନେକ ଲୋକଙ୍କର ତିନୋଟି ପ୍ରେମିକା ମଧ୍ୟ ଅଛନ୍ତି। ଇଣ୍ଡିପେଣ୍ଡେଣ୍ଟ୍ ୱେବ୍‌ସାଇଟ୍ ଅନୁଯାୟୀ, ଏଠାରେ କେବଳ ଗୋଟିଏ ଗର୍ଲଫ୍ରେଣ୍ଡ ଥିବା ଲୋକ ଲଜ୍ଜିତ ଅନୁଭବ କରନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି ଏଠାରେ ପୁରୁଷଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ।ଡେଲି ମେଲ୍ ୱେବ୍‌ସାଇଟର ୨୦୧୫ର ରିପୋର୍ଟ ଅନୁଯାୟୀ, ସହରରେ ପ୍ରତି ୧୦୦ ମହିଳାରେ ୮୯ ପୁରୁଷ ଅଛନ୍ତି। ଜନସଂଖ୍ୟାରେ ଏଭଳି ଅସମାନତା ଯୋଗୁଁ ପୁରୁଷମାନେ ସହଜରେ ପ୍ରେମିକା ପାଇଯାଆନ୍ତି କିନ୍ତୁ ପ୍ରେମିକ ଖୋଜିବାରେ ମହିଳାଙ୍କ ପାଇଁ ସମସ୍ୟା ହୋଇଥାଏ। । ଏକ କାରଖାନାରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଲି ବିନ୍ କହିଛନ୍ତି ଯେ ତାଙ୍କର ୩ ଜଣ ପ୍ରେମିକା ଅଛନ୍ତି ଏବଂ ଏହି ତିନିଜଣ ପରସ୍ପର ବିଷୟରେ ସବୁକିଛି ଜାଣିଛନ୍ତି। ଲି ବିନଙ୍କ ବ୍ୟତୀତ ଅନ୍ୟ ଲୋକଙ୍କ ପାଖରେ ଏକରୁ ଅଧିକ ପ୍ରେମିକା ଅଛନ୍ତି।

Leave a Reply

%d bloggers like this: