ସ୍ମାର୍ଟଫୋନ ଓ ଲାପଟପ କବାଡଖାନାରୁ ବାହାରୁଛିି ସୁନା

smartphones and laptops garbage produce gold and silver

ସ୍ମାର୍ଟଫୋନ ଓ ଲାପଟପ କବାଡଖାନାରୁ ବାହାରୁଛିି ସୁନା

ଇ-ଓ୍ଵଷ୍ଟେ ବା କବାଡ଼ଖାନାରୁ ବାହାରୁଛି ସୁନା,ରୁପା ଓ ବିଭିନ୍ନ ଦାମୀ ଧାତୁ । ବ୍ରିଟେନର ପଇସା ତିଆରି କରୁଥିବା ଏକ ସରକାରୀ ଫାର୍ମ ମିଣ୍ଟ ଇ-େଓ୍ଵଷ୍ଟେଜକୁ କମ କରିବା ପାଇଁ ଏପରି କାମ ଆରମ୍ଭ କରିଛି । ରୟାଲ ମିଣ୍ଟ କାନଡ଼ା ଫାର୍ମ ଏକ୍ସିର ସହ ମିଶିକରି ସ୍ମାର୍ଟଫୋନ ଓ ଲାପଟପର ରିସାଇକେଲ କରୁଛି । ଏଥିପାଇଁ ଆରମ୍ଭ କରାଯାଇଥିବା ଟ୍ରାଏଲ ମଧ୍ୟ ସଫଳ ହୋଇଛି । ରୟାଲ ମିଣ୍ଟର କହିବା କଥା ନୂଆ ଟେକ୍‌ନିକ ଅନୁଯାୟୀ ନଷ୍ଟ ହୋଇଯାଇଥିବା ସ୍ମାର୍ଟଫୋନ ଓ ଲାପଟପର ଗେଜେଟସର ସର୍କିଟ ବୋର୍ଡରୁ କିଛି ସମୟ ଭିତରେ ମେଟାଲ ବାହାର କରାଯାଉଛି । ଖାସ ଟେକ୍‌ନିକ ବ୍ୟବହାର କରି ଏହି ଇ-େଓ୍ଵଷ୍ଟେଜରୁ ୯୯ ପ୍ରତିଶତ ମେଟାଲ ଅଲଗା କରାଯାଇ ପାରୁଛି ।
ସାରା ଦୁନିଆରେ ପ୍ରତିବର୍ଷ ୫ କୋଟି ଟନ ଇ-େଓ୍ଵଷ୍ଟେଜ ବାହାରି ଥାଏ । ଏଥିରୁ ମାତ୍ର ୨୦ ପ୍ରତିଶତ ରିସାଇକେଲ କରାଯାଇଥାଏ । ଯଦି ଏମିତି ଇ- ଓ୍ଵଷ୍ଟେଜ ବୃଦ୍ଧିପାଏ ୨୦୩୦ ପର‌୍ୟ୍ୟନ୍ତ ଏହି ମାତ୍ରା ୭ କୋଟି ପର‌୍ୟ୍ୟନ୍ତ ବୃଦ୍ଧି ପାଇପାରେ । ଏପର‌୍ୟ୍ୟନ୍ତ ଇ-େଓଷ୍ଟେଜରୁ ରିସାଇକେଲ କରିବା ପାଇଁ ଅଧିକ ତାପମାତ୍ରାରେ ତରଳା ଯାଉଥିଲା । ହେଲେ ରୟାଲ ମିଣ୍ଟ ଏହାକୁ ରୁମ୍ ଟେମ୍ପେରଚର ଦ୍ୱାରା କରିବାର ଟେକନିକ ବ୍ୟବାହର କରୁଛି । ଏହି ଟେକ୍‌ନିକରେ ଯେଉଁ ସୁନା ବାହାର କରିଛି ତାହା ୯୯.୯ ପ୍ରତିଶତ ଶୁଦ୍ଧ ବୋଲି ଜଣାପଡ଼ିଛି । ଏହାଛଡ଼ା ରୁପା, ତମ୍ବା ଓ ପେଲେଡିୟମ ଭଳି ଧାତୁ ବି ଅଲଗା କରାଯାଇପାରିବ । ଯାହାକି ଆମର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ ବୋଲି ରୟାଲ ମିଣ୍ଟର ଚିଫ ଗ୍ରୋଥ ଅଫିସର ସିଏନ୍ ମିଲାଇ କହିଛନ୍ତି । ଏହି ପ୍ରକ୍ରିୟା ଦ୍ୱାରା ପରିବେଶ ଉପରେ ମଧ୍ୟ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ବୋଲି ମିଲାଇ କହିଛନ୍ତି ।

Leave a Reply

%d bloggers like this: