ମାଟିର ଦୁଇ ମହଲା ଘର ତିଆରି କଲେ ଦମ୍ପତି

Thecouplebuiltahouseonclay

ମାଟିର ଦୁଇ ମହଲା ଘର ତିଆରି କଲେ ଦମ୍ପତି


ମେଟ୍ରୋ ଟିଭି ବ୍ୟୁରୋ , ୨୮/୧୧: ପୁଣେର ଏକ ଦମ୍ପତି ଏଭଳି ଏକ ଘର ନିର୍ମାଣ କରିଛନ୍ତି। ଯେଉଁଥିପାଇଁ ସେମାନେ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କଥା ଟି ହେଉଛି ଦୁହେଁ ଏହି ମାଟି ଘରକୁ ନିଜ ହାତରେ ନିର୍ମାଣ କରିଛନ୍ତି । ୭୦୦ ବର୍ଷ ପୁରୁଣା କୌଶଳ ବ୍ୟବହାର କରି ଏହି ଘର ନିର୍ମାଣ କରିଛନ୍ତି ।ପୁଣେର ବାସିନ୍ଦା ଏହି ଦମ୍ପତି ଯୁଗା ଅଖାରେ ଓ ସାଗର ଶିରୁଡେ ନିଜ କଠିନ ପରିଶ୍ରମ ବଳରେ ଦୁଇ ମହଲାର ମାଟି ଘର ନିର୍ମାଣ କରିଛନ୍ତି। ଏଥିସହିତ ଗାଁର ଲୋକମାନେ ମଧ୍ୟ ଏହି ଘରର ବିଶେଷତା ଜାଣି ଆଶ୍ଚର‌୍ୟ୍ୟ ହୋଇଥିଲେ। କାରଣ ସେମାନଙ୍କର କାଦୁଅ ଘର ପାଣିରେ ଧୋଇଯାଏ, କିନ୍ତୁ ଯୁଗା ଏବଂ ସାଗରଙ୍କ ଘରେ ପାଣି ପହଞ୍ଚି ପାରେ ନାହିଁ। ଏମିତି କି ବାତ୍ୟା-ପବନ ଆସିଲେ ବି ଦୁହିଁଙ୍କ ଏଘରର କୌଣସି କ୍ଷତି ହୋଇ ନଥାଏ।
ମିଳିଥିବା ସୂଚନାନୁଯାଇ, ଉଭୟ ବୃତ୍ତିରେ ଜଣେଜଣେ ଆର୍କିଟେକ୍ଟ । ଦୁହେଁ ଅନେକ ଅନୁଷ୍ଠାନ ଏବଂ କୋଠାର ପରିକଳ୍ପନା କରିଛନ୍ତି । ଏହି କାରଣରୁ, ଦୁହେଁ ନିଜ ମାଟିର ଘରକୁ ଏକ ସ୍ୱତନ୍ତ୍ର ଡିଜାଇନ୍ ସହିତ ନିର୍ମାଣ କରିଛନ୍ତି । ଦମ୍ପତି ଏହି ଘରର ନାମ ଦେଇଛନ୍ତି ‘ମିଟି ମହଲ’ ।

Leave a Reply

%d bloggers like this: